Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାଧାମରେ ପ୍ରାଣ ପ୍ରତିଷ୍ଠା ସମାରୋହରେ କାଲି ସକାଳ 10ଟାରୁ ମଙ୍ଗଳ ଧ୍ୱନିର ହେବ ଭବ୍ୟବାଦନ

ଅଯୋଧ୍ୟାଧାମ, 21 ଜାନୁଆରୀ- ଭକ୍ତିଭାବରେ ବିଭୋର ଅଯୋଧ୍ୟାଧାମରେ ଶ୍ରୀରାମ ଜନ୍ମଭୂମିରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ସୋମବାର ସକାଳ 10ଟାରୁ ମଙ୍ଗଳ ଧ୍ୱନିର ଭବ୍ୟବାଦନ ହେବ । 50ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ର, ବିଭିନ୍ନ ରାଜ୍ୟରୁ ପ୍ରାୟ 2ଘଣ୍ଟା ପର୍ଯ୍ୟନ୍ତ ଏହି ଶୁଭ ଘଟଣାର ସାକ୍ଷୀ ପାଲଟିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାର ଯତୀନ୍ଦ୍ର ମିଶ୍ର ଏହି ଭବ୍ୟ ମଙ୍ଗଳ ବାଦନର ପରିକଳ୍ପନାକାର ଓ ସଂଯୋଜକ ଅଟନ୍ତି, ଯେଉଁଥିରେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ସହଯୋଗ କରିଛି ।
ଟ୍ରଷ୍ଟ ଅନୁସାରେ, ଏହି ଭବ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରତି ଭାରତୀୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସରର ପ୍ରତୀକ ଅଟେ, ଯାହାକି ପ୍ରଭୁ ଶ୍ରୀରାମଙ୍କ ସମ୍ମାନରେ ବିବିଧ ପରମ୍ପରାକୁ ଏକଜୁଟ କରିଥାଏ । ଅଯୋଧ୍ୟାରେ ଜାନୁୟାରୀ 22ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ବାଦ୍ୟଯନ୍ତ୍ରର ବାଦନ ହେବ । ଏହି ସ୍ୱର ଲହର ମଧ୍ୟରେ ଶ୍ରୀରାମଲଲା ନିଜର ସିଂହାସନ ଉପରେ ବିରାଜମାନ କରିବେ ।

Show More

Related Articles

Back to top button