Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇ ଏୟାରପୋର୍ଟରେ ଶାହାରୁଖଙ୍କୁ ରୋକିଲେ ସିକ୍ୟୁରିଟି ଗାର୍ଡ, ଭିଡିଓ ଭାଇରାଲ

ମୁମ୍ବାଇ, 1 ଡିସେମ୍ବର – ଫିଲ୍ମ ପଠାନ୍ ଓ ଜବାନ ପରେ ଶାହାରୁଖଙ୍କ ଫିଲ୍ମ ଡଙ୍କି ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ପ୍ରସ୍ତୁତ । ଶାହାରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଡଙ୍କି 21 ଡିସେମ୍ବରକୁ ରିଲିଜ ହେବାକୁ ଯାଉଛି । ଅନ୍ୟପଟେ କିଙ୍ଗ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ଶାହାରୁଖଙ୍କ ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ଇନଷ୍ଟାପେଜରେ ଶେୟାର କରିଛନ୍ତି । ଯେଉଁଥିରେ ଶାହାରୁଖ ଏକ କଳା କପଡାରେ ନଜର ଆସୁଛନ୍ତି । ଏହି ସମୟରେ ସିକ୍ୟୁରିଟି ଗାର୍ଡ ଶାହାରୁଖଙ୍କୁ ପାସପୋର୍ଟ ଓ ଅନ୍ୟ ଦସ୍ତାବିଜ ଯାଞ୍ଚ ପାଇଁ ରୋକୁଛନ୍ତି । ଏହାପରେ ଶାହାରୁଖ ହସି ହସି ବିନମ୍ରତାପୂର୍ବକ ସିକ୍ୟୁରିଟି ଗାର୍ଡଙ୍କୁ ପାସପୋର୍ଟ ସହିତ ଅନ୍ୟ ଦସ୍ତାବିଜ ଦେଖାଉଛନ୍ତି । କିଙ୍ଗ୍ ଖାନଙ୍କ ଏହି ବିନ୍ରତାପୂର୍ଣ୍ଣ ସ୍ୱଭାବ ପୁଣି ଥରେ ଫ୍ୟାନ୍ସଙ୍କ ମନକୁ ଜିତିଛି ।

Show More

Related Articles

Back to top button