Breaking PLUSଦେଶ ବିଦେଶମୁଖ୍ୟ ଖବର

ବର୍ଷକ ପୂର୍ବରୁ ହମାସର ଆକ୍ରମଣ ସମ୍ପର୍କରେ ସୂଚନା ପାଇଥିଲା ଇସ୍ରାଏଲ, ଆମେରିକୀୟ ଗଣମାଧ୍ୟମରେ ଖୁଲାସା

ନ୍ୟୁୟର୍କ, 1 ଡିସେମ୍ବର -ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ହମାସ ଆକ୍ରମଣ କରିପାରେ ବୋଲି ବର୍ଷକ ତଳୁ ଖବର ପାଇଥିଲା ଇସ୍ରାଏଲ । କିନ୍ତୁ ଇସ୍ରାଏଲ ସେନା ଓ ଗୁଇନ୍ଦା ଅଧିକାରୀମାନେ ଏଭଳି ଆକ୍ରମଣ କରିବା ମୁସ୍କିଲ ବୋଲି ମନେ କରୁଥିଲେ । ତେଣୁ ଏହାକୁ ଗମ୍ଭୀରତାର ସହ ନେଇନଥିଲା ଇସ୍ରାଏଲ । ଆମେରିକାର ପ୍ରମୁଖ ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଏହି ଦାବି କରିଛି ।
ଆମେରିକାର ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ଦସ୍ତାବିଜ, ଇ-ମେଲ ଓ ଇଣ୍ଟରଭ୍ୟୁରୁ ଜଣାପଡିଛି ଯେ, ଇସ୍ରାଏଲ ଅଧିକାରୀମାନେ ଅକ୍ଟୋବର 7 ଆତଙ୍କବାଦୀ ଆକ୍ରମଣ ହମାସର ଯୁଦ୍ଧ ଯୋଜନା ସମ୍ପର୍କରେ ବର୍ଷକ ତଳୁ ସୂଚନା ପାଇଥିଲା । ଏହା ପାଖାପାଖି 40 ପୃଷ୍ଠାର ଦସ୍ତାବିଜ । ଏହାକୁ ଇସ୍ରାଏଲ ଅଧିକାରୀମାନେ ଜେରିକା ବଲ୍ ନାମ ଦେଇଥିଲେ ।

Show More

Related Articles

Back to top button