ମନୋରଞ୍ଜନ

ଆସୁଛି ଶାହରୁଖଙ୍କ ନୂଆ ଫିଲ୍ମ, ଭିଡିଓ ସେୟାର କରି ଘୋଷଣା କଲେ ନାଁ

ବଲିଉଡର ‘ବାଦଶାହ’ ଶାହରୁଖ ଖାନ୍ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମ ଜରିଆରେ ସେ ୪ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି । ଏହି ସମୟରେ ସେ ତାଙ୍କର ଆଉ ଏକ ନୂଆ ଫିଲ୍ମ ନେଇ ଘୋଷଣା କରିଛନ୍ତି ।

ଏହି ଫିଲ୍ମ ପାଇଁ ସେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ସହ ହାତ ମିଳାଇଛନ୍ତି । ଶାହରୁଖ ଏହି ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ଶାହରୁଖ ଖାନ୍ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ପ୍ରିୟ ରାଜକୁମାର ହିରାନୀ ସାର୍, ଆପଣ ତ ମୋ ସାଣ୍ଟା କ୍ଲଜ୍ । ଆପଣ ଆରମ୍ଭ କରନ୍ତୁ ମୁଁ ଠିକ୍ ସମୟରେ ପହଞ୍ଚିଯିବି । ବରଂ ମୁଁ ତ ସେଟରେ ରହିଯିବି । ଆପଣଙ୍କ ସହିତ କାମ କରିବାକୁ ମୁଁ ବହୁତ ଉତ୍ସାହିତ । ଆପଣମାନଙ୍କ ପାଇଁ ୨୦୨୩ ଡିସେମ୍ବର ୨୨ରେ ‘ଡଙ୍କି(Dunki)’ ନେଇକି ଆସୁଛି ।

ଏହି ପୋଷ୍ଟ ସହିତ ଶାହରୁଖ ଏକ ଭିଡିଓ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆସନ୍ତା ବର୍ଷ ଜାନୁଆରୀ ୨୫ତାରିଖରେ ରିଲିଜ୍ ହେବ । ଏଥିରେ ସେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ଦେଖିବାକୁ ମିଳିବ ।

Show More

Related Articles

Back to top button