ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ରାଶିରେ ଲୁଚି ରହିଛି ଅନେକ ହିତକାରୀ ଗୁଣ

ଆସନ୍ତୁ ଜାଣିବା ସେସବୁ ବିଷୟରେ-

ଘରେ ଅଧିକାଂଶ ବ୍ୟଞ୍ଜନରେ ଓ ମକର ସଂକ୍ରାନ୍ତିରେ ଆମେ ରାଶିର ବ୍ୟବହାର କରିଥାଉ l ରାଶି ତାର ଖାସ ଗୁଣ ପାଇଁ ସ୍ୱାସ୍ଥ୍ୟ ପାଇଁ ହିତକର l ରାଶିକୁ ପୂଜାରେ ବ୍ୟବହାର କରିବା ସହିତ ରାଶିର ତେଲକୁ ମଧ୍ୟ ପୂଜା କାମରେ ଲଗାଇଥାଉ l ରାଶିତେଲ ଢାଙ୍କହୀନ ଭାରତର ଲୋକମାନେ ନିଜ ଖାଦ୍ୟରେ ବ୍ୟବହାର କରିଥାନ୍ତି l ଆଜି ଆସନ୍ତୁ ଜାଣିବା ରାଶି ଦ୍ୱାରା ଆମ ଶରୀରର କିକି ଲାଭ ହୋଇଥାଏ –

* ରାଶିର ପ୍ରୟୋଗ ଦ୍ୱାରା ମାନସିକ ଦୁର୍ବଳତା କମ କରିଥାଏ l ଯେଉଁ କାରଣରୁ ଆପଣ ଚିନ୍ତା ମୁକ୍ତ ରହି ପାରନ୍ତି l ପ୍ରତେକ ଦିନ କିଛି ମାତ୍ରାରେ ରାଶି ସେବନ କରିବା ଦ୍ୱାରା ମାନସିକ ସମସ୍ୟାରୁ ନିଜକୁ ଦୁରେଇ ରଖାଯାଇ ପାରିବ l

* ରାଶିର ପ୍ରୟୋଗ କେଶ ପାଇଁ ବରଦାନ ସଦୃଶ ଅଟେ l ରାଶିତେଲ ନିଜ କେଶ ମୂଳରେ ପ୍ରୟୋଗ କଲେ କିମ୍ବା ପ୍ରତିଦିନ କିଛି ମାତ୍ରାରେ ରାଶି ଖାଇଲେ କେଶ ଅସମୟରେ ପାଚିବା ଓ ଝଡ଼ିବା ବନ୍ଦ ହୋଇଥାଏ l

* ଶରୀରର କୌଣସି ଅଙ୍ଗ କିମ୍ବା ତ୍ୱଚା ଜଳିଯାଇଥିଲେ ,ରାଶିକୁ ପେଷି ଘିଅ ଓ କର୍ପୁର ସହିତ ଲଗାଇବା ଦ୍ୱାରା ପୋଡା ଘାରୁ ଆରାମ ମିଳିଥାଏ ଓ ପୋଡା ଘା ମଧ୍ୟ ଜଲ୍ଦି ଠିକ ହୋଇ ଯାଇଥାଏ l

* ଶୁଖିଲା କାଶ ହେଲେ ରାଶିକୁ ମିସିରି ଓ ପାଣି ସହିତ ସେବନ କଲେ ଲାଭ ମିଳିଥାଏ l ଏହା ବ୍ୟତୀତ ରାଶିତେଲକୁ ରସୁଣରେ ଗରମ କରି କାନରେ ପକାଇଲେ କାନ ଯନ୍ତ୍ରଣାରୁ ଆରାମ ମିଳିଥାଏ l

* ଶୀତଋତୁରେ ରାଶି ସେବନ କଲେ ଶରୀରକୁ ସତେଜ ମିଳିଥାଏ l ଏହାର ତେଲକୁ ଶରୀରରେ ମାଲିସ କରିବା ଦ୍ୱାରା ଥଣ୍ଡାଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରାମ ମିଳିଥାଏ l

* ରାଶି ଦାନ୍ତ ପାଇଁ ମଧ୍ୟ ଲାଭ ଦାୟକ l ସକାଳେ ଓ ସନ୍ଧ୍ୟାରେ ଦାନ୍ତକୁ ବ୍ରସ କରି ସାରିବା ପରେ କିଛି ରାଶି ନେଇ ଚୋବନ୍ତୁ l କାରଣ ରାଶିରେ ଥିବା କ୍ୟାଲସିୟମ ଦାନ୍ତର ମାଢିକୁ ଶକ୍ତ କରିବ l

Show More

Related Articles

Back to top button