ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପିଆଜ ରସର ଗୁଣ

ଭୋଜନରେ ପିଆଜ ଟିକେ ନଖାଇଲେ ଏହା ରୁଚିକର ହୋଇ ନଥାଏ l ତା ସହିତ ଏଥିରେ ଅନେକ ପୋଷାକ ତତ୍ୱ ମଧ୍ୟ ଭରି ରହିଛି l ପିଆଜର ଆଣ୍ଟିଆଲର୍ଜି ଓ ଆଣ୍ଟିଆକ୍ସିଡେଣ୍ଟ ଭଳି ଗୁଣ ଭାରି ରହିଛି l ଯଦି ଆପଣ ପିଆଜର ରସ ସେବନ କରିବେ ତେବେ ଏହା ଅନେକ ରୋଗର ଔଷଧ ଭାବରେ କାମ କରିବ

ସ୍ୱାସ୍ଥ୍ୟ ସହିତ ପିଆଜ ରସ ସୌନ୍ଦର୍ଯ୍ୟର ପରିପ୍ରକାଶ ମଧ୍ୟ କରିଥାଏ l ଯେଉଁ ବ୍ୟକ୍ତି ମାନଙ୍କର କେଶ ଝଡ଼ୁଥାଏ ସେମାନଙ୍କ ପାଇଁ ପିଆଜର ରସ ଲାଭ ଦାୟକ ଅଟେ l ପିଆଜର ଅନେକ ଭିଟାମିନ ମଧ୍ୟ ମିଳିଥାଏ l

* ରକ୍ତ ସଞ୍ଚାଳନ ବଢ଼ାଇଥାଏ ପିଆଜ ରସ -ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଂଚାଳନ ହେବ ଅତ୍ୟନ୍ତ ବଶ୍ୟକ ଅଟେ l ଯଦି କୌଣସି ଅଙ୍ଗରେ ରକ୍ତ ଠିକ ଭାବରେ ପହଞ୍ଚି ପରେ ନାହିଁ ,ଏହା ଶାରୀରିକ ସମସ୍ୟାର କାରଣ ହୋଇଯାଇଥାଏ l ପିଆଜ ରସ ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକରେ ହୋଇଥାଏ l ସକାଳୁ ଖାଲି ପେଟରେ ପିଆଜ ରସ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ ଓ ଏସିଡ଼ିଟି ସମସ୍ୟା ଠିକ ରହିଥାଏ l

* ସନ୍ତୁଳିତ ରଖେ ରକ୍ତଚାପ -ପିଆଜର ମ୍ୟାଗନେସିୟମ ଭରପୁର ମାତ୍ରାରେ ରହିଛି ,ଯାହା ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ସାହାଯ୍ୟ କରିଥାଏ l ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ସେମାନଙ୍କୁ ପ୍ରତେକ ଦିନ ପିଆଜ ରସ ପୀବବ ଉଚିତ l ଯାହା ତାଙ୍କୁ ଲାଭ ଦେବ l

* ସ୍ମରଣ ଶକ୍ତିକୁ ମଝବୁତ କରେ -ସ୍ମରଣ ଶକ୍ତି ବଢାଇବା ପାଇଁ ଏମିତିରେ ଅଧିକାଂଶ ଲୋକ ଡ୍ରାଏ ଫ୍ରୁର୍ଡ୍ସ ଖାଇଥାନ୍ତି ,କିନ୍ତୁ ଏଥିରେ ପିଆଜ ରସ ସେବନ କରିବା ମଧ୍ୟ ଲାଭଦୟକଜ ଅଟେ l ପିଆଜ ରସରେ ଓ଼ମେଗା-ଥ୍ରୀ ଫ୍ୟାଟି ଏସିଡ ମିଳିଥାଏ ,ଯୁଏହା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ l ଏହି କାରଣରୁ ଛୋଟ ପିଲାମାନଙ୍କୁ ମଧ୍ୟ ପିଆଜ ରସ ସେବନ କରନ୍ତୁ l

* ରୋଗ ପ୍ରତିରୋଧକ କ୍ଷମତାରେ ସୁଧାର ଆଣେ -ଯେଉଁ ଲୋକମାନେ ପିଆଜର ରସ ପ୍ରତେକ ଦିନ ସେବନ କରିଥାନ୍ତି l ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ମଝବୁତ ହୋଇଥାଏ ,ଏହା ବ୍ୟତୀତ ପିଆଜ ରସ ନିୟମିତ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ରୋଗ ଦୂର ହୋଇଥାଏ l

* ଶରୀରର ଫୁଲା କମାଇବା ସହିତ ତ୍ୱଚାର ଫୁଲକୁ ମଧ୍ୟ କମ କରିଥାଏ-ପିଆଜ ରସରେ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି l ଯାହା ରକ୍ତରେ ଜଲ୍ଦି ମିଶିଯାଇଥାଏ l ଏହାକୁ ସେବନ କରିବା ଦ୍ୱାରା ଗଣ୍ଠି ଫୁଲ ଓ ଶରୀରର ଅନ୍ୟ ଅଂଶ ଫୁଲ ଶୀଘ୍ର କମ ହୋଇଥାଏ l

Show More

Related Articles

Back to top button