Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବରିଷ୍ଠ ନେତା ଉମେଶଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଜଗତସିଂହପୁର ଜିଲ୍ଲା ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା । ଭୁବନେଶ୍ୱରସ୍ଥିତ ବାସଭବନରେ ଆଜି ଭୋର ସମୟରେ ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।

 

ବରିଷ୍ଠ ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ।

ଜନପ୍ରତିନିଧି ଭାବେ ତାଙ୍କ ନିଃସ୍ୱାର୍ଥପର ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”

ଉମେଶ ଚନ୍ଦ୍ର ସ୍ବାଇଁ ବାଲିକୁଦା ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ଭାବେ ଜିତିଥିଲେ । ସେ୧୯୭୭ରୁ ୧୯୮୦, ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ ପରିଚିତ ହୋଇଥିଲେ ।

Show More

Related Articles

Back to top button