ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଦେଖନ୍ତୁ ବର୍ଷକ ଭିତରେ କେତେ ବଢିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି

ବଢିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି । ବର୍ଷକ ଭିତରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୬ ଲକ୍ଷ ବୃଦ୍ଧି ପାଇ ୨.୨୩ କୋଟିରେ ପହଞ୍ଚିଛି । ବର୍ତ୍ତମାନ ପିଏମ ମୋଦୀଙ୍କ ମୋଟ ସମ୍ପତ୍ତି ୨.୨୩ କୋଟି ଟଙ୍କା । ଗୁଜୁରାଟର ଗାନ୍ଧିନଗରରେ ନିଜ ଭାଗର ଜମି ଦାନ ପରେ ମୋଦୀଙ୍କ ପାଖରେ ବର୍ତ୍ତମାନ କୌଣସି ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ ।

ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,, ପ୍ରଧାନମନ୍ତ୍ରୀ ମୋଦୀଙ୍କର ବଣ୍ଡ, ସେୟାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ କୌଣସି ନିବେଶ ନାହିଁ, କିନ୍ତୁ ତାଙ୍କର ଚାରୋଟି ୪୫ ଗ୍ରାମ୍ ଓଜନ ବିଶିଷ୍ଟ ସୁନା ରିଙ୍ଗ ଅଛି, ଯାହାର ମୂଲ୍ୟ ୧.୭୩ ଲକ୍ଷ ଟଙ୍କା ।

ପିଏମଓର ୱେବସାଇଟ୍ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ମୋଦୀଙ୍କର ମୋଟ ସମ୍ପତ୍ତି ୨,୨୩,୮୨,୫୦୪ ରହିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେ ଅକ୍ଟୋବର ୨୦୨୨ ରେ ଏକ ଆବାସିକ ଜମି କିଣିଥିଲେ ଏବଂ ଏହା ଅନ୍ୟ ତିନି ଜଣଙ୍କର ମିଳିତ ମାଲିକାନା ଥିଲା ଏବଂ ଏଥିରେ ସମସ୍ତେ ସମାନ ଅଂଶୀଦାର ହୋଇଥିଲେ ।

Show More

Related Articles

Back to top button