ଦେଶମୁଖ୍ୟ ଖବରରାଜନୀତି

ମହାରାଷ୍ଟ୍ରରେ ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ,ଶପଥ ନେଲେ ୧୮ ମନ୍ତ୍ରୀ

ମହାରାଷ୍ଟ୍ରରେ ହେଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୧୮ ମନ୍ତ୍ରୀ । ସରକାର ଗଠନର ୪୧ ଦିନ ପରେ ଶପଥ ନେଲେ ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ।  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡେନବିଶଙ୍କ ଉପସ୍ଥିତିରେ ଆଜି ମୁମ୍ବାଇ ରାଜଭବନରେ ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି ।

ତେବେ ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା କୃଷ୍ଣ ବିଖେ ପାଟିଲ, ଗିରିଶ ମହାଜନ, ସୁରେଶ ଖାଡେ, ରବିନ୍ଦ୍ର ଚହ୍ୱାଣ, ମଙ୍ଗଲ ପ୍ରଭାତ, ବିଜୟ କୁମାର ଗବିତ ଓ ଅତୁଲ ସାୱେ ଶପଥ ନେଇଥିବାବେଳେ ଶିବସେନାରୁ ଗୋଷ୍ଠୀରୁ ଦାଦାଜୀ ଦଗଡୁ ଭୁସେ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ଥ ଶମ୍ଭୁରାଜେ ଦେସାୟୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

 

 

Show More

Related Articles

Back to top button