ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଭାଙ୍ଗିଲା ବିହାରରେ ବିଜେପି ଜେଡିୟୁ ମେଣ୍ଟ

ବିହାର : ବିହାରରେ ଭାଙ୍ଗିଲା ବିଜେପି ଜେଡିୟୁ ମେଣ୍ଟ । ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ମେଣ୍ଟ ଭାଙ୍ଗିଥିବାନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମେଣ୍ଟ ଭାଙ୍ଗିବାକୁ ନିତିଶଙ୍କ ମୋହର ବାଜିଛି ବୋଲି ସୂଚନା ମିଳିଛି । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ନିତିଶ୍ ବିଜେପିର ହାତ ଛାଡି ଆରଜେଡିରେ ହାତ ଧରିବେ ବୋଲି କୁହାଯାଉଛି । ଆରଜେଡି ଓ କଂଗ୍ରେସକୁ ନେଇ ସରକାର ଗଢିବାକୁ ସଜବାଜ ହେଉଛନ୍ତି ନିତିଶ । ଏନେଇ ଆଜି ଅପରାହ୍ନ ୪ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ । ସୂଚନା ଅନୁସାରେ ବିଜେପି-ଜେଡିୟୁ ମେଣ୍ଟ ସରକାରର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ନିଜକୁ ଚାପଗ୍ରସ୍ତ ଅନୁଭବ କରୁଥିଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥିପାଇଁ ସେ ଆଜି ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ । ଦଳୀୟ ନେତାମାନଙ୍କ ମତାମତ ନେଇ ସେ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି । ବୈଠକ ଶେଷ ହେବା ପରେ ସେ ମେଣ୍ଟ ଭାଙ୍ଗିବା ନେଇ ସୂଚନା ଦେଇଛନ୍ତି ।

Show More

Related Articles

Back to top button