Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ମିର୍ଚି ବାବା

ନୂଆଦିଲ୍ଲୀ: ଭୋପାଳର ପ୍ରସିଦ୍ଧ ମିର୍ଚି ବାବା ବା ମହନ୍ତ ଭାରାଗାନନ୍ଦ ଗିରିଙ୍କୁ ଗିରଫ କରିଛି ପୋଲିସ । ଏହି ସାଧୁ ଶାରୀରିକ ନିର୍ଯାତନା ଦେଇଥିବା ଭୋପାଳର ଜଣେ ମହିଳା ଅଭିଯୋଗ କରିଛନ୍ତି। ମିର୍ଚି ବାବାଙ୍କୁ ସୋମବାର ରାତିରେ ଗ୍ୱାଲିଅରର ଏକ ହୋଟେଲରୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଜଣେ ୨୮ ବର୍ଷୀୟା ମହିଳା ଭୋପାଳର ମହିଲା ପୋଲିସ ଷ୍ଟେସନରେ ବାବାଙ୍କ ବିରୋଧରେ ଦୁଷ୍କର୍ମ ମାମଲା FIR ଦାଖଲ କରିଥିଲେ। ମିର୍ଚି ବାବାଙ୍କୁ ନାଗା ବାବା ମାନ୍ୟତା ଅଛି। ସେ ନିଜକୁ ହରିଦ୍ୱାରର ପଞ୍ଚାୟତ ନିରଂଜନ ଅଖରାର ମହାମଣ୍ଡେଲଶ୍ୱର ବୋଲି କହିଛନ୍ତି। ପୀଡିତା ରାଇସେନର ବାସିନ୍ଦା। ସେ ଅଭିଯୋଗରେ ପୋଲିସକୁ କହିଥିଲେ ଯେ ସେ ଚାରି ବର୍ଷ ହେବ ବିବାହ କରିଛନ୍ତି। ହେଲେ ତାଙ୍କର କୌଣସି ସନ୍ତାନ ନଥିବାରୁ ସେ ମିର୍ଚି ବାବାଙ୍କ ସଂସ୍ପର୍ଶରେ ଆସିଥିଲେ। ବାବାଙ୍କୁ ପୂଜା କରି ତାଙ୍କୁ ସନ୍ତାନ ସୁଖ ମିଳିବ ବୋଲି ଦାବି କରିଥିଲେ। ଚିକିତ୍ସା ନାମରେ ମହିଳା ଜଣକଙ୍କୁ ବିଷାକ୍ତ ଔଷଧ ଖାଇବାକୁ ଦେଇ ବଳାତ୍କାର କରିଥିଲେ। ଏହି ଘଟଣାଟି ଚଳିତ ବର୍ଷ ଜୁଲାଇରେ ଘଟିଥିଲା।

Show More

Related Articles

Back to top button