Breaking PLUSଓଡ଼ିଶାମୁଖ୍ୟ ଖବର

ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ : ଗତ ୨୦୦୮ ମସିହା ପରେ କନ୍ଧମାଳ ଜିଲାରେ ବିଶେଷ କରି ଜନ୍ମାଷ୍ଟମୀକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପୁଲିସ୍‌‌ ପ୍ରଶାସନ ପକ୍ଷରୁ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ଥାନା ଅଞ୍ଚଳରେ ଏହି ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତୁମୁଡ଼ିବନ୍ଧ ଓ ଚକାପାଦ ଥାନା ଅଞ୍ଚଳରେ ପୁଲିସ୍‌‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ପୁଲିସ୍‌‌ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି। ବିଭିନ୍ନ ଥାନା ଅଞ୍ଚଳରେ ମଧ୍ୟ ପୁଲିସ୍‌‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବାର ଦେଖାଯାଇଛି।

ବିଶେଷ କରି ତୁମୁଡ଼ିବନ୍ଧ , ଚକାପାଦ ସମତେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳନ କରାଯିବାକୁ ଥିବା ବେଳେ ଫିରିଙ୍ଗିଆ ଅଞ୍ଚଳରେ ଗତ ଦିନରେ ହୋଇ ଥିବା ସ୍ୱାମୀ ଲଖଣନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ହୋଇ ଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଏବଂ ଗତ ଅଗଷ୍ଟ ୫ ତାରିଖରେ ହୋଇ ଥିବା ଥାନା ପୋଡି ଘଟଣାରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଯାଇଥିବା ଭଳି ପରିସ୍ଥିତିକୁ ନେଇ ଫିରିଙ୍ଗିଆ ଥାନା ତରଫରୁ ଗତକାଲି ସନ୍ଧ୍ୟା ୫ ଟା ୩୦ ରେ ଫିରିଙ୍ଗିଆ ପୁଲିସ୍‌‌ର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ ଫିରିଙ୍ଗିଆ ଥାନାରୁ ବାହାରି ଇନ୍ଦିରା ଗାନ୍ଧୀ ଛକ ବଜାର ବ୍ଲକ ଛକ ପର୍ୟ୍ୟନ୍ତ କରାଯାଇଥିଲା ।

Show More

Related Articles

Back to top button