Breaking PLUSଓଡ଼ିଶାମୁଖ୍ୟ ଖବର

ହୁତୁ ହୁତୁ ହୋଇ ରାସ୍ତାରେ ଜଳିଗଲା ଟ୍ରକ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ନିକଟରେ ଏକ ୧୨ ଚକିଆ ଟ୍ରକରେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯିବାରୁ ଏହାର ଇଞ୍ଜିନ ଓ ସାମ୍ନା କେବିନ ପୋଡି ଯାଇଛି। ଇଞ୍ଜିନ ଆଡୁ ନିଆଁ ବାହାରିବାରୁ ଏହାର ଚାଳକ ଓ ସହାୟକ ଗାଡିରୁ ଓହ୍ଲାଇ ପଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପ୍ରଥମେ କେନ୍ଦୁଝର ଓ ପରେ ପରେ ଘଟଗାଁରୁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରୁ ନିଆଁ ଲିଭାଇଥିଲେ। ଟ୍ରକଟି ଢେଙ୍କିକୋଟ ଲଙ୍ଗଳକଣ୍ଟି ବାସିନ୍ଦା ଅର୍ଜୁନ ଚରଣ ବାରିକଙ୍କର ବୋଲି ଜଣାପଡିଛି। ଢେଙ୍କିକୋଟରୁ ଶୁଆକାଟି ଯାଇଥିବା ସମୟରେ ଏପରି ଘଟଣା ଘଟିଛି। ଟ୍ରକଟିରୁ ନିଆଁ ଲିଭିବା ପରେ ଏହାକୁ ଗାଡି ମାଲିକ କ୍ରେନ୍ ଲଗାଇ ଢେଙ୍କିକୋଟ ନେଇ ଆସିଥିବା ସୂଚନା ରହିଛି।

Show More

Related Articles

Back to top button