Breaking PLUSଓଡ଼ିଶାମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମୀଙ୍କୁ 3ବର୍ଷ ଜେଲ

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅନୀତା ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି କୋଟଗଡ଼଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଅଞ୍ଚଳର ଧର୍ମେନ୍ଦ୍ର ପାତ୍ର (୨୭)କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଜୋରିମାନା ଅନାଦେୟ ଆଉ ଅଧିକ ତିନିମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ପୀଡ଼ିତା ଭଉଣୀମାନଙ୍କ ସହ ରାତିରେ ଶୋଇଥିବା ବେଳେ ଅଭିଯୁକ୍ତ ଘରେ ପଶି ପୀଡ଼ିତାକୁ ଦୁଷ୍କର୍ମ ଉଦ୍ୟମ କଲାବେଳେ ପୀଡ଼ିତା ପାଟି କରିବାରୁ ଘରୁ ବାହାରି ଧାଇଁ ପଳେଇବା ବେଳେ ପୀଡିତା ପିତା ଏବଂ ଅନ୍ୟ ମାନଙ୍କ ହାତରେ ଧରାପଡ଼ିଥିଲା ଏବଂ ଏ ସଂକ୍ରାନ୍ତରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

Show More

Related Articles

Back to top button