Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ଦୀପାବଳୀ ପାଇଁ ଶ୍ରୀମନ୍ଦିରରେ ଲାଗିଲା କଟକଣା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ହେଲା ଲାଗୁ । ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଆସନ୍ତାକାଲି ପବିତ୍ର ଦୀପାବଳି । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଓ ଗୟା ଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି ।

ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ଏହାସହିତ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ କାଉଁରିଆ ଜାଳିବା କିମ୍ବା କୌଣସି ଶ୍ରାଦ୍ଧ ପିଣ୍ଡ ଦେବାକୁ ବାରଣ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button