Breaking PLUSଅପରାଧଓଡ଼ିଶା

ଭୁବନେଶ୍ୱରରେ ଡବଲ ମର୍ଡର

ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱରରେ ଡବଲ ମର୍ଡର । ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କଳିଙ୍ଗବିହାର-କେ୪/୩୩୪ରେ । ଏହି ଘଟଣା ସଭିଙ୍କ ଛାତି ଥରାଇ ଦେଇଛି । ଅଭିଯୁକ୍ତ ବାବୁ ଓରଫ ଅବନ୍ତି ବିଜୟ ମଙ୍ଗରାଜ(୪୦)କୁ ପୁଲିସ ଗିରଫ କରିବା ସହ ପଚରାଉଚରା ଚଳାଇଛି ।

ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା (୩୫) ଓ ପୁଅର ନାମ ଦୀପ୍ତିଦୀପକ ଓରଫ କାହ୍ନା । ଅର୍ଥାଭାବ ଓ ପାରିବାରିକ କଳହକୁ କେନ୍ଦ୍ରକୁ କରି ଏଭଳି ଡବଲ ମର୍ଡର ଘଟିଥିବା ଡିସିପି ଉମାଶଙ୍କର ଦାସ କହିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଅବନ୍ତିଙ୍କ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାର ରାଇପୁରରେ । ତାଙ୍କ ପରିବାର ଲୋକେ ଜୟଦେବବିହାରରେ ରହୁଥିଲେ । ସେଠାରେ ଏକ କ୍ଷୀର କମ୍ପାନି କରିଥିଲେ । ପାରିବାରିକ କଳହକୁ ନେଇ ସେ କମ୍ପାନି ବନ୍ଦ ହୋଇଯାଇଥିଲା । ଏହାପରେ ଅବନ୍ତି ଘରଛାଡ଼ି ୧୧ ମାସ ହେବ ପତ୍ନୀ ଓ ପୁଅ ସହ କଳିଙ୍ଗବିହାରରେ ଭଡ଼ା ଘରେ ରହୁଥିଲେ । ସେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ତାଙ୍କ ପୁଅ ଏକ ଇଂରାଜୀ ମିଡିୟମ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅବନ୍ତି ସେୟାର ମାର୍କେଟରେ କିଛି ଟଙ୍କା ଲଗାଇଥିଲେ । ସେଥିରେ କ୍ଷତି ହେବାରୁ ପ୍ରାୟତଃ ନିଶାଶକ୍ତ ରହୁଥିଲେ । ଅନ୍ୟପଟେ ସେ କାମ କରୁଥିବା ଘରୋଇ ସଂସ୍ଥା ବି ବନ୍ଦ ହୋଇଯାଇଥିଲା । ତେଣୁ ପରିବାର ପୋଷିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ତେଣୁ ସେ ଧାର ଉଧାର କରିଥିଲେ । ଲୋକେ ଟଙ୍କା ମାଗିବାରୁ ସେ ବହୁତ ଚିନ୍ତାରେ ଥିଲେ । ଏହାକୁ ନେଇ ପତ୍ନୀ ଓ ତାଙ୍କ ଭିିତରେ ସବୁବେଳେ ଝଗଡ଼ା ହେଉଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅବନ୍ତି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

ସୋମବାର ରାତିରେ ଅବନ୍ତି ଖାଦ୍ୟରେ ନିଶା ବଟିକା ମିଶାଇ ସ୍ତ୍ରୀ ଓ ପୁଅକୁ ଦେଇଥିଲା । ସେମାନେ ଶୋଇ ପଡ଼ିବା ପରେ ବିଳମ୍ବିତ ରାତିରେ ଏକ ବେଡସିଟରେ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ପୁଅ ମୁହଁରେ ତକିଆ ପକାଇ ତାକୁ ଶ୍ୱାସରୁଦ୍ଧ କରି ମାରି ଦେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଏ ନେଇ ନିଜେ ମଙ୍ଗଳବାର ଅପରାହ୍ନରେ ନିଜ ପତ୍ନୀଙ୍କ ଭାଇକୁ ଫୋନକୁ ମେସେଜ କରି କରି ଅବନ୍ତି ଜଣାଇଥିଲା । ହତ୍ୟା କରିଥିବା କହିଥିଲା । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ତମାଣ୍ଡୋ ପୁଲିସ ମୃତଦେହ ଜବତ କରିଥିଲା ।

Show More

Related Articles

Back to top button