Breaking PLUSଓଡ଼ିଶାମୁଖ୍ୟ ଖବର

କଡା ସୁରକ୍ଷା ମଧ୍ୟରେ ଡାକବଙ୍ଗଳାରୁ ବାହାରି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ

ଡାକବଙ୍ଗଳାରୁ ବାହାରିଲେ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ପୁଲିସ ଉପସ୍ଥିତିରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେ ଗରୁତର ଆହତ ମଧ୍ୟ ହୋଇଥିଲେ । ଏହାକୁ ପ୍ରତିବାଦ କରି ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କୁଚିଣ୍ଡା ବନ୍ଦ ପାଳନ କରିଥିଲେ । ତେବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡାକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାକୁ ଯାଉଥିବା ବେଳେ ଏହି ଦୁଇଟି ଦଳ ତାଙ୍କୁ ଡାକବଙ୍ଗଳାରେ ବନ୍ଦ କରି ତାଲା ପକାଇଦେଇଥିଲେ । ଡାକବଙ୍ଗଳା ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀ ନାରାବାଜି କରୁଥିବା ବେଳେ ବିଜେଡି କର୍ମୀ ମଧ୍ୟ ସେଠାରେ ପହଞ୍ଚି ନାରାବାଜି କରିବା ଆରମ୍ଭ କରିଥିଲେ । ତେବେ ଡାକବଙ୍ଗଳା ସମ୍ମୁଖରେ ତିନି ଦଳ ମୁହାଁମୁହିଁ ହୋଇଥିଲେ । ଏହାପରେ ପୁଲିସ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ଗିରଫ ପରେ କଡା ସୁରକ୍ଷା ମଧ୍ୟରେ ଡାକବଙ୍ଗଳାରୁ ମନ୍ତ୍ରୀ ଟୁକୁନି ସାହୁ ଡାକବଙ୍ଗଳାରୁ ବାହାରି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

Show More

Related Articles

Back to top button