Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ସୋମବାର ଧବଳେଶ୍ୱରଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା

ଆସୁଛି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ସାଧାରଣତଃ କାର୍ତ୍ତିକ ମାସ ସୋମବାରରେ ଶୈବ ପୀଠ ଗୁଡିକରେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାରରେ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ । ଭୋର ୪ ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନଆସିବାକୁ ବାରଣ କରାଯିବା ସହିତ ଧବଳେଶ୍ଵର ପୀଠକୁ ୧୪୪ ଧାରା ଜାରି କରାଯାଇଛି ।

Show More

Related Articles

Back to top button