ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ପାଇଁ ଦେଶରେ ଲାଗୁ ହେଉ କଡା ଆଇନ୍, ନ ମିଳୁ ସଂରକ୍ଷଣ ସୁବିଧା
ମଙ୍ଗଳବାର ଦିନ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ସରକାରଙ୍କୁ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଏବଂ ଦେଶରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା ନେଇ ମଧ୍ୟ ଦାବି କରିଛନ୍ତି ।

ମଙ୍ଗଳବାର ଦିନ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ସରକାରଙ୍କୁ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଏବଂ ଦେଶରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା ନେଇ ମଧ୍ୟ ଦାବି କରିଛନ୍ତି । ଗୃହରେ ଶୂନ୍ୟକାଳରେ ଚାଲିଥିବା ଆଲୋଚନାରେ ଭାଗ ନେଇ ସିଏ କହିଛନ୍ତି ଯେ ସରକାର ଏପରି ଏକ ବ୍ୟବସ୍ଥା କରିବା ଉଚିତ ଯାହା ଅନୁସୂଚିତ ଜନଜାତିର ଲୋକ ଯିଏ ନିଜ ଧର୍ମ ପରିବର୍ତ୍ତନ କରୁଛି ସେମାନଙ୍କୁ ସଂରକ୍ଷଣ ମିଳିବା ଉଚିତ ନୁହେଁ ।
ଦୁବେ କହିଛନ୍ତି ଯେ ଏହା ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଅନୁସୂଚିତ ଜନଜାତିର ଲୋକମାନେ ନିଜ ଧର୍ମ ପରିବର୍ତ୍ତନ କରୁଛନ୍ତି । ତେଣୁ ‘ମୁଁ ଦାବି କରୁଛି ଯେ ଏକ ବ୍ୟବସ୍ଥା କରାଯାଉ ଯାହା ଅନୁସୂଚିତ ଜନଜାତିରୁ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ସଂରକ୍ଷଣ ପାଇବେ ନାହିଁ।’ ସେ କହିଛନ୍ତି ଯେ ଧାରା 370 ହଟାଯିବା ପରେ ବର୍ତ୍ତମାନ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ ହେବା ସହ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ଆବଶ୍ୟକ। ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବାକୁ ତାଙ୍କ ଅନୁରୋଧ କ୍ରମେ ଦୁବେ କହିଛନ୍ତି ଯେ କରୋନା ସମୟରେ ଆମେ ଯାହା ଦେଖିଥିଲୁ, ଏହି ଦେଶରେ ବର୍ତ୍ତମାନ ସଂପୂର୍ଣ୍ଣ ଜନସଂଖ୍ୟା ନିୟନ୍ତ୍ରଣ ରହିବା ଉଚିତ୍ । ଅନ୍ୟଥା, ସମଗ୍ର ଜନସଂଖ୍ୟା ଉପରେ ବିପଦ ମାଡିଆସିବ ଏବଂ ଦେଶର ଗଣତନ୍ତ୍ର ମଧ୍ୟ ବିପଦରେ ପଡ଼ିବ | ଅନେକ ବାଂଲାଦେଶୀ ମଧ୍ୟ ଏଠାରେ ନାଗରିକ ଭାବରେ ରହିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ସମୟ ଥାଉ ଥାଉ ଆମେ ତାଙ୍କୁ ନ ଖୋଜିଲେ ଭବିଷ୍ୟତରେ ଏହା ଦେଶ ପାଇଁ ବଡ ବିପଦର କାରଣ ହେବ ।