Breaking PLUSଦେଶ ବିଦେଶମୁଖ୍ୟ ଖବର
ସ୍ୱେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ବିହାର ନିର୍ବାଚନରେ ହୋଇପାରନ୍ତି ପ୍ରାର୍ଥୀ
ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜ ପଦରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି ।

ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ନିଜ ପଦରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି ।
ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍ଗାର୍ଡ ଓ ଫାୟାର ସର୍ଭିସ୍) ଏସ୍କେ ସିଂଘଲଙ୍କୁ ବିହାର ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେଣୁ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ଚର୍ଚ୍ଚାରେ ଥିଲେ ଗୁପ୍ତେଶ୍ୱର ପାଣ୍ଡେ । ଏହି ମାମଲାରେ ତଦନ୍ତକୁ ନେଇ ସେ ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ ।