ଓଡ଼ିଶାପୂଜା ପାର୍ବଣ

ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା

ଆସୁଛନ୍ତି ଜଗତ୍ଜନନୀ ମା’ ଦୁର୍ଗା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ମଣ୍ଡପରେ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ମୁଖର ପରିବେଶ । କରୋନା କଟକଣା ମଧ୍ୟରେ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।

ଗତବର୍ଷ ଭଳି ଏବର୍ଷ ବି ଫିକା ପଡିଛି ଦଶହରା । କରୋନା ମାଡରେ ସବୁ ମାନ୍ଦା । ଲାଗୁଛି ସତେ ଯେମିତି ମା’ ମଧ୍ୟ ତାର ଭକ୍ତମାନଙ୍କ ବିନା ଅଧୁରା । କାହିଁକି ନା ମା’ ବି ତ ବରଷକୁ ଥରେ ଆସନ୍ତି ତାଙ୍କ ଭକ୍ତଙ୍କୁ ଭେଟିବାକୁ । ହେଲେ କରୋନା ଦୁଇ ବର୍ଷ ହେଲା ମା’ ଏବଂ ତାର ଭକ୍ତଙ୍କ ମଝିରେ ପାଚେରୀ ସୃଷ୍ଟି କରିଛି । ମଣ୍ଡପରେ ନହେଲେ ବି କୋଭିଡ ଗାଉଡ଼ଲାଇନକୁ ମାନି ମନ୍ଦିରରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

 

Show More

Related Articles

Back to top button