ଓଡ଼ିଶାମୁଖ୍ୟ ଖବର

ଆଜିଠୁ ନାଇଟ କର୍ଫ୍ୟୁ

ଟ୍ୱିନ୍ ସିଟିକୁ ଫେରିଲା ନାଇଟ କର୍ଫ୍ୟୁ । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଏହି ନାଇଟ କର୍ଫ୍ୟୁର ସମୟ ସୀମା ରହିବ ରାତି ୮ଟାରୁ ସକାଳ ୫ଟା ।

ଦଶହରା ଭିଡରେ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହି କଟକଣାକୁ ପୁଣି ଥରେ ଲାଗୁ କରାଯାଇଛି । ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ଲୋକମାନେ ନିୟମ ପାଳନ କରି ସହଯୋଗ କରିବାକୁ ଗତକାଲି ପୋଲିସ କମିଶନର ଅପିଲ କରିଥିଲେ । ଯେଉଁ ମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ତରଫରୁ ସୂଚନା ମିଳିଛି । ଟ୍ୱିନ୍ ସିଟିରେ କଟକଣାକୁ କଡାକଡି ପାଳନ କରାଯିବା ସହ ଯାଞ୍ଚ ମଧ୍ୟ କରାଯିବ । କଟକରେ ୩୨ ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦ ଟି ଏଡ୍ ପୋଷ୍ଟ ସହ ମୁତୟନ ହେବେ ୧୦୦ରୁ ଅଧିକ ପୋଲିସ ଅଧିକାରୀ ଏବଂ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ମଦ କାରବାରକୁ ରୋକ ଲଗାଇବାକୁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ପ୍ରସ୍ତୁତ ହୋଇରହିଛନ୍ତି ।

Show More

Related Articles

Back to top button