Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁୟାରୀରେ 27ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ

ଭୁବନେଶ୍ୱର, 3 ଜାନୁୟାରୀ (ହି.ସ)- ଫୋକସରେ ସମଲେଇ ପ୍ରକଳ୍ପ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପ ଆସନ୍ତା ୨୭ ତାରିଖରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପଶ୍ଚିମ ଓଡିଶାର ସବୁ ମନ୍ଦିରକୁ ନିମନ୍ତ୍ରଣ ଯିବ । ଆସନ୍ତା ୪ ତାରିଖରେ ଏନେଇ ଏକ ବୈଠକ ବସିବ ଯେଉଁଥିରେ ଏହା ବିଷୟରେ ଆଲୋଚନା କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଯେଉଁଭଳି ଦିବ୍ୟ ଓ ଭବ୍ୟ ଢଙ୍ଗରେ ଲୋକାର୍ପଣ କରିବାପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଠିକ ସେହିପରି ସମାନ ଢଙ୍ଗରେ ମା ସମଲେଶ୍ବରୀଙ୍କ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଛି ।

Show More

Related Articles

Back to top button