Breaking PLUSଜୀବନଚର୍ଯ୍ୟାବଲିଉଡମୁଖ୍ୟ ଖବରସେଲିବ୍ରିଟି

ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଲେ ସଲମାନ ଖାନ୍‌

ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ୍‌। ଶୁକ୍ରବାର ଦିନ ସଲମାନ୍‌ ଖାନ୍‌ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ସୂଚନା ମୁତାବକ, ସଲମାନ ଅସ୍ତ୍ରର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଏ ନେଇ ଜଣେ ଅଧିକାରୀ କହିଛନ୍ତି, ସଲମାନ୍‌ ସନ୍ଧ୍ୟା ପ୍ରାୟ ୪ଟା ବେଳେ ମୁମ୍ବାଇ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ ଓ ଫଣସାଲକରଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ କହିଛନ୍ତି। ଏଥିସହ ସଲମାନ୍‌ ସଂଯୁକ୍ତ ପୋଲିସ କମିଶନର (କାନୁନ୍‌ ବ୍ୟବସ୍ଥା) ବିଶ୍ୱାସ ଦାଙ୍ଗରେ ପାଟିଲଙ୍କୁ ମଧ୍ୟ ଭେଟିଥିଲେ।

Show More

Related Articles

Back to top button