ଓଡ଼ିଶାପାଣିପାଗ

IMD ୧୪ ଜିଲ୍ଲାକୁ ଜାରି କଲା ୟେଲୋ ୱାର୍ଣ୍ଣିଂ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । 

ଉତ୍କଳ ପ୍ରହରୀ ବ୍ୟୁରୋ : ଲଘୁଚାପ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ୧୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ଶନିବାର ଦିନ ଢେଙ୍କାନାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି ।

ଉପକୂଳ ସମେତ ସାରା ରାଜ୍ୟରେ ବି ବର୍ଷା ସହ ମେଘୁଆ ପାଗ ଜାରି ରହିଛି । ମୌସୁମୀଜନିତ ନିମ୍ନ ଚାପରେଖା ଶନିବାର ଦିନ କୋଟା, ଦାମୋ, ପେନ୍ଦ୍ରା ରୋଡ୍‌, ‌ଗୋପାଳପୁର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି ।

ଆଜି ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କା‌ନାଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷିବ । ଏଥିସହ ୨୫ ତାରିଖ ଦିନ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଆସନ୍ତା ୨ଦିନ ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ପରେ ପାଗ ଖୁଖିଲା ଓ ଖରାଟିଆ ରହିବ ।

Show More

Related Articles

Back to top button