ସ୍ୱାସ୍ଥ୍ୟ

ସଜନା ଗଛରେ ଚିକିତ୍ସା

ସଜନା ଗଛ ପ୍ରାୟ ସମସ୍ତଙ୍କ ବାଡ଼ି ବଗିଚାରେ ଦେଖିବାକୁ ମିଳେ l ସଜନା ଗଛର ପତ୍ରକୁ ଆମେ ଶାଗ ଭାବରେ ବ୍ୟବହାର କରିଥାଉ l ତାସାହିତ ତାର ଫଳ ଓ ଫୁଲକୁ ମଧ୍ୟ ଖାଦ୍ୟ ଭାବରେ ବ୍ୟବହାର କରିଥାଉ l କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏହି ସଜନାର ଅନେକ ଔଷଧୀୟ ଗୁଣ ରହିଛି

ସଜନା ଗଛର ଫଳ,ଫୁଲ ଓ ପତ୍ରକୁ ଖାଇ ଆମେ ଅଜାଣତରେ କେତେ ରୋଗରୁ ମୁକ୍ତି ପାଇଥାଉ l

* ମୁଣ୍ଡ ବ୍ୟଥା -ସଜନା ଗଛର ମୂଳ କିମ୍ବା ଚେରରେ ମଧ୍ୟ ଔଷଧୀୟ ଗୁଣ ରହିଛି l ଯଦି ଆପଣଙ୍କର ମୁଣ୍ଡ ବ୍ୟଥା ସବୁଦିନ ଲାଗି ରହୁଛି ,ତେବେ ସଜନା ଚେରର ରସକୁ କିଛି ମାତ୍ରାରେ ନେଇ ସମାନ ମାତ୍ରାର ଗୁଡ ମିଶାନ୍ତୁ l ଏହାପରେ ଏହାକୁ ଛାଣି ଏକ ଏକ ବୁନ୍ଦା ନାକରେ ପକାଇଲେ ମୁଣ୍ଡ ବ୍ୟଥା ଠିକ ହୋଇଯାଇଥାଏ l ସଜନା ମଞ୍ଜିକୁ ଘୋରି ଆପଣ ଲେପ ପ୍ରସ୍ତୁତ କରି ମଥାରେ ଲଗାଇଲେ ମଧ୍ୟ ଆରାମ ମିଳିଥାଏ l

* ଦାନ୍ତ ରୋଗ -ଦାନ୍ତ ଯନ୍ତ୍ରଣା ହେବ ଦାନ୍ତ ରୋଗର ଗୋଟିଏ ମୁଖ୍ୟ କାରଣ l ଯେକୌଣସି କାରଣରୁ ଆପଣ ଯଦି ଦାନ୍ତରେ କୌଣସି ପ୍ରକାରର ଅସୁବିଧା ଦେଖୁଛନ୍ତି ତେବେ ସଜନା ଗଛରୁ ବାହାରୁଥିବା ଅଠାକୁ କିଛି ସମୟ ପାଇଁ ପାଟିରେ ରଖନ୍ତୁ l ଏହା ଆପଣଙ୍କ ପାଟିର ଲାଳ ସହିତ ମିଶି ଦାନ୍ତ ଓ ମାଢିରେ ଲାଗି ଯନ୍ତ୍ରଣା ଦୂର କରିବ l

* ଶ୍ୱାସ ରୋଗ -ସଜନା ଗଛର ଚେରର ରସ ମଧ୍ୟ ଶ୍ୱାସ ରୋଗ ପାଇଁ ବ୍ୟବହୃତ ହୁଏ l ଶ୍ୱାସ ରୋଗ ଥିବା ବ୍ୟକ୍ତି ମାନେ ସଜନା ଗଛ ଚେରର ରସକୁ ସମାନ ମାତ୍ରାରେ ଅଦା ରସ ସହିତ ମିଶାନ୍ତୁ l ଏହି ମିଶ୍ରଣକୁ ପ୍ରତେକ ଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଥର ୧୦ ମିଲିଗ୍ରାମ ଲେଖାଏଁ ସେବନ କଲେ ଶ୍ୱାସ ରୋଗରୁ ଉପଶମ ମିଳିଥାଏ l

* ପେଟ ବ୍ୟଥା -ବିଭିନ୍ନ କାରଣରୁ ପେଟବ୍ୟଥା ହୋଇଥାଏ l ଯଦି ଆପଣଙ୍କର ଗ୍ୟାସ ଯୋଗୁ ପେଟ ବ୍ୟଥା ହେଉଛି ତେବେ ସଜନା ଛେଲିକୁ ଆୟୁର୍ବେଦ ଉପାୟରେ ପେଟବ୍ୟାଥର ଯନ୍ତ୍ରଣା ପାଇଁ ବ୍ୟବହାର କରି ପାରିବେ l ସଜନା ଛେଲି ୧୦୦ ଗ୍ରାମ ,ହେଙ୍ଗୁ ୫ ଗ୍ରାମ ଓ ଶୁଣ୍ଠୀ ୨୦ ଗ୍ରାମକୁ ମିଶାଇ ବାଟି ଦିଅନ୍ତୁ l ଏହି ଲେପ ଦ୍ୱାରା ଏକ ଏକ ଗ୍ରାମର ଗୁଳି ପ୍ରସ୍ତୁତ କରନ୍ତୁ l ସେହି ଗୁଳିକୁ ଦିନରେ ଦୁଇରୁ ତିନିଥର ପାଣି ସହିତ ସେବନ କଲେ ପେଟବ୍ୟଥା କମିଯିବ l

* ଗଣ୍ଠି ବାତ -ସଜନା ଗଛର ଚେରର ରସ ୧୫ ମିଲିଗ୍ରାମ ଓ ସେଥିରେ ମିଶାନ୍ତୁ ୨ଗ୍ରାମ ଶୁଣ୍ଠୀ ଗୁଣ୍ଡ l ଏହି ମିଶ୍ରଣକୁ ଖାଲି ପେଟରେ ସେବନ କଲେ ଗଣ୍ଠି ବାତରୁ ଆରାମ ମିଳିଥାଏ l ତା ସହିତ ଗ୍ୟାସ ,ଏସିଡ଼ିଟି ଓ ପେଟର ଅନ୍ୟାନ ରୋଗ ମଧ୍ୟ ଦୁରେଇ ଯିବ l

Show More

Related Articles

Back to top button