ସ୍ୱାସ୍ଥ୍ୟ

ଏହି ୪ଟି ଜିନିଷ ଖାଇବା ପରେ ଭୁଲ୍ ରେ ମଧ୍ୟ ପିଅନ୍ତୁ ନାହିଁ ପାଣି

ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ପ୍ରତେକ ବ୍ୟକ୍ତିଙ୍କୁ ଦିନକୁ ୮ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ l ଏହି ପାଣିର ମାତ୍ରାକୁ ଛାଡିଲା ପରେ ଆପଣ ନିଜ ଇଛା ଅନୁସାରେ ବାକି ଯେତିକି ପାଣି ପିଇ ପାରିବେ l କାରଣ ମଣିଷର ଶରୀର ପାଇଁ ପାଣିର ଆବଶ୍ୟକତା ଖୁବ ଅଧିକ ରହିଛି l କିନ୍ତୁ ପାଣି ପିଇବା ପାଇଁ ନିର୍ଧାରିତ ଖାଦ୍ୟ ପଦାର୍ଥକୁ ନେଇ ମଧ୍ୟ ବିଭିନ୍ନ ପ୍ରକାରର ନିୟମ ରହିଛି

ଆମେ ସାଧାରଣତଃ ଖାଇ ସାରିବା ପରେ ତୁରନ୍ତ ପାଣି ପିଇ ଥାଉ ,କିନ୍ତୁ କିଛିଟା ଜିନିଷ ଏହି ପରି ରହିଛି ଯାହାକୁ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଆସନ୍ତୁ ଆଜି ସେହି ଜିନିଷ ଉପରେ ଜଣ ଇବ l

* ବୁଟ ସିଝା -ବୁଟ ସିଝା କିମ୍ବା ବୁଟସିଝାର ପ୍ରସ୍ତୁତ ଚାର୍ଟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ଆମେ ଯଦି ବୁଟ ସିଝା ଖାଇ ତୁରନ୍ତ ପାଣି ପିଇ ଦେଉ ତେବେ ବେଳେବେଳେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହା ଏଥିପାଇଁ ହୁଏ କାରଣ ବୁଟ ସିଝାକୁ ହଜମ କରିବା ପାଇଁ ଆମ ଶରୀରକୁ ପାଚକ ଅଗ୍ନି କିମ୍ବା ଜଠର ଅଗ୍ନିର ଆବଶ୍ୟକତା ରହିଥାଏ l ଯେବେକି ପାଣି ପିଇବା ଦ୍ୱାରା ଏହି ଅଗ୍ନିର ସଂଚାରଣ ହୋଇ ନଥାଏ ଯାହା ଦ୍ୱାରା ପାଚକ ସମସ୍ୟା ଦେଖା ଦେଇ ପେଟ ଯନ୍ତ୍ରଣା ଆରମ୍ଭ ହୁଏ l

* ପିଜୁଳି ଲାପିଜୁଳୀ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି ,କାରଣ ପିଜୁଳିରେ ଅନେକ ପ୍ରକାର ପୋଷକତତ୍ୱ ରହିଥାଏ l କିଛି ଲୋକ ପିଜୁଳୀକୁ ଲଙ୍କାଗୁଣ୍ଡ ଓ ଲୁଣ ସହିତ ଖାଇବା ପାଇଁ ପସନ୍ଦ କରିଥାନ୍ତି l ଏହାକୁ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ଇଛା କରନ୍ତି l କିନ୍ତୁ ପିଜୁଳି ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ l କାରଣ ଆମେ ପିଜୁଳୀକୁ ଆମେ ମାନେ ମଞ୍ଜି ସହିତ ଖାଉ ,ପାଣି ପିଇବା ଦ୍ୱାରା ଏହି ମଞ୍ଜି ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ l ମଞ୍ଜି ମଧ୍ୟ ଆମ ଶରୀର ପାଇଁ ଅନେକ ପୋଷାକ ତତ୍ୱ ଯୋଗାଉଥିବା କାରଣରୁ ମଞ୍ଜି ସହିତ ପିଜୁଳି ଖାଇବା ଆବଶ୍ୟକ କିନ୍ତୁ ପାଣି ପିଇବା ଉଚିତ ନୁହେଁ l

* ଚାହା ପିଇବା ପରେ -ସବୁବେଳେ ଆପଣ ମାନେ ରଖନ୍ତୁ କ୍ଷୀର ,ଚାହା ଓ କଫି ଇତ୍ୟାଦି ପିଇବା ପୂର୍ବରୁ ପାଣି ପିଇବେ l ବେଳେବେଳେ ଆପଣ ଧ୍ୟାନ ଦେବେ ଦେଖିବେ ଯେ ଚାହା ପିଇବା ପରେ ପାଣି ପିଇବାକୁ ଇଛା ହୋଇଥାଏ ,ଏହା ଜିଭରେ ଥିବା ଟେଷ୍ଟ ବଡ଼ କାରଣରୁ ହୋଇଥାଏ l ଆପଣ କଫି ଚାହା ଇତ୍ୟାଦି ପିଇବାର ଅତି କମରେ ୨୦ ମିନିଟ ପରେ ପାଣି ପିଅନ୍ତୁ ନହେଲେ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ଶିଥିଳ କରିଦେବ l

* ଚିନାବାଦାମ ଖାଇବା ପରେ -ଚିନାବାଦାମ ପ୍ରକୃତିରେ ଗରମ ହୋଇଥାଏ ଓ ସ୍ଵାଦରେ ହାଲ୍କା ମିଠା ଅଟେ l ଏହି କାରଣରୁ ଚିନାବାଦାମ ଖାଇବା ପରେ ପାଣି ପିଇବାକୁ ଇଛା ହୋଇଥାଏ l କାରଣ ଚିନାବାଦାମ ଖାଇବା ପରେ ପାଟି ଶୁଖିଲା ଲାଗିଥାଏ l ଯଦି ଆମେ ଚିନାବାଦାମ ଖାଇବା ପରେ ତୁରନ୍ତ ପାଣି ପିଇବା ତେବେ କାଶରାବ ସମସ୍ୟା ଦେଖା ଦେବା l ଏହା ବିରୋଧୀ ପ୍ରକୃତି କାରଣରୁ ହୋଇଥାଏ ,ପାଣି ଥଣ୍ଡା ହୋଇଥିବା ବେଳେ ଚିନାବାଦାମ ଗରମ ଅଟେ ତେଣୁ ଚୀନବଡ଼ମ ଖାଇବାର ୨୦ ମିନିଟ ପର୍ଯ୍ୟନ୍ତ ପାଣି ପିଇବା ଆବଶ୍ୟକ ନୁହେଁ l

ଆମେ ସମସ୍ତେ ଜାଣିଛୁ ଯେ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l କାରଣ ଏପରି କରିବା ଦ୍ୱାରା ଆମର ଭୋଜନ ଠିକରେ ହଜମ ହୋଇ ପରେ ନାହିଁ l ଯେଉଁ କାରଣରୁ ଗ୍ୟାସ ,ଏସିଡ଼ିଟି ଓ ବିଵୋଭିନ୍ନ ପ୍ରକାରର ପେଟ ସମସ୍ୟା ଦେଖା ଦେଇଥାଏ l କିଛି ଲୋକଙ୍କର ପେଟ ଓଜନ ମଧ୍ୟ ଲାଗିଥାଏ l

Show More

Related Articles

Back to top button