Breaking PLUSଦେଶମୁଖ୍ୟ ଖବର
ସାହିତ୍ୟ ଏକାଡେମୀ ଆୟୋଜନ କରିବ ବିଶ୍ୱର ସବୁଠୁ ବଡ ସାହିତ୍ୟ ମହୋତ୍ସମ,1100ରୁ ଅଧିକ ବିଦ୍ୱାନ ନେବେ ଭାଗ

ନୂଆଦିଲ୍ଲୀ, ୬ ମାର୍ଚ୍ଚ-ଦେଶର ଜାତୀୟ ସାହିତ୍ୟ ସଂସ୍ଥା ସାହିତ୍ୟ ଏକାଡେମୀ ଚଳିତ ବର୍ଷ 70ବର୍ଷ ପୂରଣ କରୁଛି । ଏହି ଅବସରକୁ ସ୍ମରଣୀୟ କରିବା ନିମନ୍ତେ ଏକାଡେମୀ ଦ୍ୱାରା ପ୍ରତିବର୍ଷ ପାଳନ ହେଉଥିବା ସାହିତ୍ୟ ମହୋତ୍ସବ ଚଳିତ ଥର ବିଶ୍ୱର ସବୁଠୁ ବଡ ସାହିତ୍ୟ ମହୋତ୍ସବ ଭାବେ ପାଳନ କରାଯିବ । 11ରୁ 16 ମାର୍ଚ୍ଚ ଯାଏ ଆୟୋଜିତ ହେବାକୁ ଥିବା ଏହି ଆୟୋଜନରେ 1100ରୁ ଅଧିକ ବିଦ୍ୱାନ ଭାଗ ନେବେ ।
ରବୀନ୍ଦ୍ର ଭବନ ପରିସରରେ ଆୟୋଜିତ ପ୍ରେସମିଟରେ ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସ କହିଛନ୍ତି ଯେ, 199ରୁ ଅଧିକ ଅଧିବେଶନରେ 1100ରୁ ଅଧିକ ପ୍ରସିଦ୍ଧ ଲେଖକ ଓ ବିଦ୍ୱାନ ଭାଗ ନେବେ । ଏଥିରେ ଦେଶର 175ରୁ ଅଧିକ ଭାଷାର ପ୍ରତିନିଧିତ୍ୱ କରାଯିବ । 190ରୁ ଅଧିକ ଅଧିବେଶନରେ ଆୟୋଜିତ ଏହି ମହୋତ୍ସବର ଶୁଭାରମ୍ଭ ଏକାଡେମୀର ବର୍ଷସାରାର ପ୍ରମୁଖ ଗତିବିଧିର ପ୍ରଦର୍ଶନୀରୁ କରାଯିବ ।