Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲିକୁ ନେଇ ବିଜେପିର ନିଶାନା, କହିଲା- ଟିଏମସି ସରକାର ବେଟି ବଚାଓଁ ନେହିଁ, ଶାହଜହାଁକୁ ବଚାଓଁ ପାଇଁ କରୁଛି କାମ

ନୂଆଦିଲ୍ଲୀ, ୬ ମାର୍ଚ୍ଚ – ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତା ଶେଖ୍ ଶାହଜହାଁର ଗିରଫଦାରି ପରେ ତାକୁ ସିବିଆଇକୁ ଦେବାକୁ ନେଇ ରାଜନୀତି ସରଗରମ ହୋଇଛି । କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ନିଶାନା ସାଧି ବିଜେପି କହିଛି ଯେ, ପଶ୍ଚିମବଙ୍ଗ ସରକାର ବେଟି ବଚାଓଁ ନେହିଁ ଶାହଜହାଁ ବଚାଓଁରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ପୋଲିସ ସମ୍ପୂର୍ଣ୍ଣ ଭାବେ ପକ୍ଷପାତ କରୁଛନ୍ତି । ପୋଲିସ ସନ୍ଦେଶଖାଲିର ମୁଖ୍ୟ ଅଭିଯୁକ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଚାହୁଁନାହିଁ । ଇତିହାସରେ ଏଭଳି ଘଟଣା ପ୍ରଥମ କୌଣସି ଅଭିଯୁକ୍ତକୁ ବଂଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡୁଛି । ରାଜ୍ୟ ସରକାର ସିବିଆଇ ଠାରୁ ଶାହଜହାଁକୁ ବଂଚାଇବାକୁ ସୁପ୍ରିମକୋର୍ଟରେ ଗୁହାରି କରୁଛନ୍ତି । ଏହାହିଁ ପ୍ରମାଣିତ କରୁଛି ସନ୍ଦେଶଖାଲିରେ ଆଇନଶୃଙ୍ଖଳା ପରିସ୍ଥିତି କେତେ ଖରାପ ହୋଇପଡିଛି ।

Show More

Related Articles

Back to top button