Breaking PLUSଦେଶମୁଖ୍ୟ ଖବର

ଲୋକସଭା ସଚିବାଳୟରେ ସ୍ୱାସ୍ଥ୍ୟ ଯାଂଚ ଶିବିରର ଉଦଘାଟନ କଲେ ଓମ୍ ବିର୍ଲା

ନୂଆଦିଲ୍ଲୀ, ୬ ମାର୍ଚ୍ଚ – ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ବୁଧବାର ଦିନ ସଂସଦ ଭବନ ପରିସରରେ ଲୋକସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଯାଂଚ ଶିବିରର ଉଦଘାଟନ କରିଛନ୍ତି ।
ଚାରି ଦିବସୀୟ ଶିବିରରେ ସିବିସି, ଏଲଏଫଟି, କେଏଫଟି, ପିଏଫଟି, ବିଏମଡି, ଇସିଜି, ପେପସ୍ମିୟର, ପିଏସଏ, ବ୍ଲଡସୁଗର, ବ୍ଲଡପ୍ରେସର ସହିତ ଅନ୍ୟ ଯାଂଚ ସୁବିଧା ପ୍ରଦାନ କରାଯିବ । ଏହି ଶିବିରରେ କ୍ୟାନସର ରୋଗ ବିଶେଷଜ୍ଞ, ଅର୍ଥୋପେଡିକ ଓ ଜେନେରାଲ ଫିଜିସିଆନଙ୍କ ଦ୍ୱାରା ପରାର୍ମଶ ଦିଆଯିବ । ମେଡିକାଲ ଟିମର ପରାମର୍ଶ ପରେ ମହିଳା କର୍ମଚାରୀଙ୍କୁ ମେମୋଗ୍ରାଫି ଟେଷ୍ଟ ପାଇଁ କୁପନ ପ୍ରଦାନ କରାଯିବ ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ 8ରେ ସଚିବାଳୟର ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ବିଶେଷ ଭାବେ ଯାଂଚ ଓ ପରାମର୍ଶ ସୁବିଧା ପ୍ରଦାନ କରାଯିବ ।

Show More

Related Articles

Back to top button