ଦେଶ ବିଦେଶସ୍ୱତନ୍ତ୍ର

ଛୋଟ ବାଳିକା ସହିତ ବୟସ୍କା ବୃଦ୍ଧାଙ୍କୁ ଯୌନ ନିର୍ଯ୍ୟତନା ଦେଇ କ୍ରୁରତାର ସୀମା ଟପିଲେଣି ଋଷ ସୈନ୍ୟ

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୁରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ଯୁଦ୍ଧ ପ୍ରାରମ୍ଭରୁ ଅନେକଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଦେଶ ଛାଡି ଅନ୍ୟ ଦେଶରେ ଶରଣ ନେଇଛନ୍ତି ।

ଅନ୍ୟପଟେ ଛୋଟ ବାଳିକା ସହିତ ବୟସ୍କା ବୃଦ୍ଧାଙ୍କୁ ଯୌନ ନିର୍ଯ୍ୟତନା ଦେଇ କ୍ରୁରତାର ସୀମା ଟପିଲେଣି ଋଷ ସୈନ୍ୟ । ଏନେଇ ମିଳିତ ଜାତିସଂଘ ଦଳ ଦ୍ୱାରା ଉପସ୍ଥାପିତ ହୋଇଥିବା ରିପୋର୍ଟରୁ ଜଣାପଡିଛି ।  କେବଳ ଏତିକି ନୁହେଁ ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନରେ ରୁଷିଆର ସୈନ୍ୟଙ୍କ ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ଅନୁସନ୍ଧାନ କରିଥିବା ମିଳିତ ଜାତିସଂଘ ଦ୍ୱାରା ଗଠିତ ଏକ ଟିମ ବର୍ତ୍ତମାନ ଏହାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ରୁଷିଆର ସୈନ୍ୟମାନେ ଚାରି ବର୍ଷ ବୟସ ଛୋଟ ବାଳିକାଙ୍କଠାରୁ ଆରମ୍ଭ କରି ୮୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଛନ୍ତି। କେବଳ ଏତିକି ନୁହେଁ, ସୈନିକମାନେ ସାଧାରଣ ନାଗରିକଙ୍କୁ ବନ୍ଦୀ କରି ଥାର୍ଡ ଡିଗ୍ରୀ ଅତ୍ୟାଚାର କରିଥିବାର ଅଭିଯୋଗ ହୋଇଛି। କେତେକ ବନ୍ଦୀଙ୍କୁ ମାଡ ଦିଆଯାଉଥିଲା, ବିଦ୍ୟୁତ ଶକ ଦିଆଯାଇଥିଲା ଏବଂ ପୋଷାକ କାଢ଼ି ଚାବୁକ୍‌ରେ ପିଟା ଯାଇଥିଲା।

 

Show More

Related Articles

Back to top button