ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଅସୁସ୍ଥ ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଏବେବି ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ଏହାରି ମଧ୍ୟରେ ଅସୁସ୍ଥ ହୋଇପଡିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗତ କିଛିଦିନ ହେବ ତାଙ୍କଠାରେ କାଶ, ମୁଣ୍ଡ ବୁଲାଇବା, ନିଦ ନ ଆସିବା ଏବଂ ପେଟରେ ଯନ୍ତ୍ରଣା ପରି ସମସ୍ୟା ରହିଥିବାବେଳେ ଆଜି ତାଙ୍କ ସ୍ସାସ୍ଥ୍ୟ ଅଧିକ ଖରାପ ହୋଇପଡିଛି । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି ରାଷ୍ଟ୍ରପତିଙ୍କ ଡାକ୍ତର ଏବଂ ସମ୍ପର୍କୀୟ ।

ମିଳିଥିବା ସୂଚନା ଅନୁସାରେ, କ୍ୟୁବା ନେତାଙ୍କ ସହ ବୈଠକ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ ହୋଇପଡିଥିଲେ । ପୁଟିନଙ୍କ ହାତର ରଙ୍ଗ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା । ବୈଠକ ସମୟରେ ପୁଟିନ ଅସହଜ ଦେଖାଯାଉଥିଲେ । ଏହାସହ ସେ ବସିଥିବା ଚୌକିକୁ ଜାବୁଡି ଧରିଥିବା ଦେଖିବାକୁ ମିଳିଥିଲେ।

ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ ନେତାଙ୍କ ହାତ ବାଇଗଣି ରଙ୍ଗର ଦେଖାଯାଉଥିଲା । ଏହାସହ ପୁଟିନଙ୍କ ଶରୀର ଏବଂ ମୁହଁ ମଧ୍ୟ ଫୁଲି ଯାଇଥିଲା । ତାଙ୍କ ଶରୀର ହଳିଦିଆ ପଡି଼ ଯାଇଥିଲା।
ଭ୍ଲାଦିମିର ପୁଟିନ ମଧ୍ୟ ଲଗାତାର ନିଜ ଗୋଡ ହଲାଉଥିଲେ । କିଛି ରିପୋର୍ଟ ଅନୁସାରେ ସମ୍ଭବତଃ ସେ କ୍ୟାନସରରେ ପୀଡିତ ଅଛନ୍ତି ।

 

Show More

Related Articles

Back to top button