Breaking PLUSଦେଶ ବିଦେଶସ୍ୱତନ୍ତ୍ର

ବିଫଳ ହେଲା ତୁର୍କୀରେ ଋଷ-ୟୁକ୍ରେନ ଆଲୋଚନା

ପୂର୍ବପରି ଜାରି ରହିବ ୟୁକ୍ରେନ୍ ଉପରେ ଋଷର ଯୁଦ୍ଧ

କିଭ୍: ୧୬ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନର ଘମାଘୋଟ ଯୁଦ୍ଧ । ଦିନକୁ ଦିନ ଏହି ଯୁଦ୍ଧର ସ୍ଥିତି ଜଟିଳ ହେବାକୁ ଲାଗିଥିବାବେଳେ ସମାଧାନର ବାଟ ଫିଟୁନି । ଯୁଦ୍ଧ ଟାଳିବା ଲାଗି  ତୁର୍କୀରେ ଅନୁଷ୍ଠିତ ହେଇଥିଲା ଏକ ଶାନ୍ତି ଚୁକ୍ତି ବୈଠକ । ହେଲେ ଏହାର ପରିଣାମ ସବୁଥର ପରି ମଧ୍ୟ ଫେଲ୍ ମାରିଛି । ବୈଠକରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ମଧ୍ୟରେ ଆଲୋଚନା ହେଇଥିଲା । କିନ୍ତୁ ପରିଶେଷରେ ବାହାରିପାରିଲାନି ସମାଧାନର ସୂତ୍ର ।

ଋଷ ଯେଉଁ ସର୍ତ୍ତ ରଖିଛି ତାହା ଆତ୍ମସମର୍ପଣ କରିବା ପରି ବୋଲି କହିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ କୁଲେବା । ସେପଟେ ତୁର୍କୀ ଆଲୋଚନା ବିଫଳ ହେବାଯୋଗୁଁ  ଲାଭରୋଭ କହିଛନ୍ତି ଯେ ୟୁକ୍ରେନରେ ପୂର୍ବପରି ଋଷର ଆକ୍ରମଣ ଜାରି ରହିବ । ୟୁକ୍ରେନ ରାଜଧାନୀ କିଭ୍ ଦଖଲ ଲାଗି ଆଗେଇଛନ୍ତି ଋଷ ସୈନ୍ୟ । କିଭଠାରୁ ମାତ୍ର ୧୦ ମାଇଲ ଦୂରରେ ଏକଜୁଟ୍ ହେଲେଣି ସୈନ୍ୟବାହିନୀ । ଟ୍ୟାଙ୍କ ଓ ଗୋଳାମାଡରେ ଧ୍ବଂସସ୍ତୂପରେ ପରିଣତ ହେବାରେ ଲାଗିଛି କିଭର ପାର୍ଶ୍ବବର୍ତ୍ତୀ ଅଞ୍ଚଳ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ପଶ୍ଚିମାଞ୍ଚଳ । ଜୀବନ ବଞ୍ଚାଇବା ପାଇଁ କିଭର ଅର୍ଦ୍ଧାଧିକ ଲୋକ ସହର ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି ।  । ଏହି ଅଞ୍ଚଳରେ ଥିବା ବୁଚା, ଇରପିନ, ହୋସ୍ତୋମେଲ, ବୋର୍ଜେଲ ଆଦି ସହରର ଅବସ୍ଥା ସବୁଠାରୁ ବିପଜ୍ଜନକ ହୋଇଛି ବୋଲି ସୂଚନା ଦେଇଛନ୍ତି ଓବଲାସ୍ତ ଗଭର୍ଣ୍ଣର ଓଲେକ୍ସି କୁଲେବା ।

ଗତକାଲି ମାରିଉପୋଲର ଏକ ପ୍ରସୂତି ହସ୍ପିଟାଲରେ ହୋଇଥିଲା ବୋମାମାଡ । ଏହି ବୋମାମାଡରେ ଧ୍ବଂସସ୍ତୂପ ତଳେ ଆହୁରି କିଛି ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଥିବାବେଳେ  ହସ୍ପିଟାଲ ନାଁରେ ଯୁଦ୍ଧ ଲାଗି ଜାତୀୟତାବାଦୀ ବାହିନୀକୁ ରଖାଯାଇଥିବାରୁ ସେଠାରେ ଆକ୍ରମଣ କରାଗଲା ବୋଲି କହିଛି ଋଷ ।

ସେପଟେ  ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେନ୍ଦ୍ର କରି ନାଟୋ ରାଷ୍ଟ୍ରଗୋଷ୍ଠୀଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇଛି  ଏବଂ ଋଷ ବିରୋଧରେ ଆନ୍ତର୍ଜାତିକ ଯୁଦ୍ଧ ଅପରାଧଜନିତ ତଦନ୍ତ ଲାଗି ହୋଇଥିବା ଆହ୍ବାନକୁ ଆମେରିକା ସମର୍ଥନ କରୁଛି ବୋଲି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ

Show More

Related Articles

Back to top button