Breaking PLUSଓଡ଼ିଶାଜୀବନଚର୍ଯ୍ୟାବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଗାର୍ଲଫ୍ରେଣ୍ଡ ଈଶାନୀ ଜୋହରଙ୍କୁ ବିବାହ କଲେ ଭାରତୀୟ କ୍ରିକେଟର ରାହୁଲ ଚହର

ତାଙ୍କ ପତ୍ନୀ ଈଶାନୀ ପେସାରେ ଜଣେ ଫ୍ୟାଶନ ଡିଜାଇନର।

ଭାରତୀୟ କ୍ରିକେଟର ରାହୁଲ ଚହର ନିଜ ମଙ୍ଗେତର ଈଶାନୀ ଜୋହରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେଗ୍‌ ସ୍ପିନର ରାହୁଲ ବୁଧବାର ଗୋଆରେ ଡେଷ୍ଟିନେଶନ ୱେଡିଙ୍ଗ୍‌ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ଈଶାନୀ ପେସାରେ ଜଣେ ଫ୍ୟାଶନ ଡିଜାଇନର। ଆଗ୍ରାରେ ରହୁଥିବା ରାହୁଲ ୨୦୧୯ ଡିସେମ୍ବରରେ ବେଙ୍ଗାଲୁରୁର ଈଶାନୀ ଜୋହରଙ୍କ ସହ ଜୟପୁରରେ ନିର୍ବନ୍ଧ କରିଥିଲେ। ଦୁଇଜଣ ଲମ୍ବା ସମୟରୁ ପରସ୍ପରକୁ ଡେଟ୍‌ କରୁଥିଲେ। ରାହୁଲଙ୍କ ବିବାହ ସମାରୋହରେ ପରିବାର ଲୋକେ ସାଥ୍‌ ଦେଇଥିଲେ। ତାଙ୍କ ଭାଇ ତଥା ଭାରତୀୟ କ୍ରିକେଟର ଦୀପକ ଚହର ନିଜ ମଙ୍ଗେତର ଏବଂ ଭଉଣୀ ମାଲତୀ ଚାହରଙ୍କ ସହ ଉପସ୍ଥିତ ଥିଲେ। ଗୋଆସ୍ଥିତ ହୋଟେଲ ଡବ୍ଲ୍ୟୁରେ ରାହୁଲ ଓ ଈଶାନୀଙ୍କ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ମେହେନ୍ଦୀ ସେରିମନି ପରେ ରାହୁଲ, ଈଶାନୀଙ୍କ ସହ ନିଜ ଫଟୋଗୁଡ଼ିକ ଫେସ୍‌ବୁକରେ ସେୟାର କରିଥିଲେ। ବିବାହ ରିସେପ୍ସନ ମାର୍ଚ୍ଚ ୧୨ରେ ତାଜନଗରୀ ଆଗ୍ରାରେ ହେବ। ରାହୁଲ ଚହରଙ୍କ ବ୍ୟତୀତ ଦୀପକ ଚହର ମଧ୍ୟ ନିର୍ବନ୍ଧ କରି ସାରିଛନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଆଇପିଏଲ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍‌ରେ ପ୍ରପୋଜ କରିଥିଲେ। ରାହୁଲ ଭାରତ ପାଇଁ ୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ, କିନ୍ତୁ ଏଥର ପଞ୍ଜାବ କିଙ୍ଗ୍‌ସ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଛି।

Show More

Related Articles

Back to top button