ମନୋରଞ୍ଜନ

ରିଲିଜ୍ ହେଲା ‘RRR’ର ଟ୍ରେଲର

୭ ଜାନୁୟାରୀରେ ରିଲିଜ ହେବ ଫିଲ୍ମ

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘RRR’ର ଟ୍ରେଲର । ସାଉଥ୍ ସୁପରଷ୍ଟାର୍ ଜୁନିୟର ଏନଟିଆର୍ ଓ ରାମଚରଣ ଷ୍ଟାରର ଫିଲ୍ମ ‘RRR’ର ଟ୍ରେଲର ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଧମାଲ କରୁଛି । ରାଜମୌଲିଙ୍କ ଜାଦୁର ଝଲକ ଏହି ଫିଲ୍ମରେ ଆପଣଙ୍କୁ ନିଶ୍ଚୟ ଦେଖିବାକୁ ମିଳିବ ।

ଟ୍ରେଲରରେ ରାମଚରଣ ତେଜା, ଜୁନିୟର ଏନଟିଆର୍, ଅଜୟ ଦେବଗନ, ଆଲିଆ ଭଟ୍ଟ ଦମଦାର୍ ରୋଲ୍ ସହିତ ନଜର ଆସୁଛନ୍ତି । ତେବେ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଝଲକ ସାମାନ୍ୟ ମାତ୍ର ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଟ୍ରେଲର ଦେଖି ଫିଲ୍ମ ସମ୍ପର୍କରେ ଅନୁମାନ ଲଗାଯାଉଛି । ଏଥିରେ ବନ୍ଧୁତା, ବିଶ୍ୱାସଘାତକତା, ଇମୋଶନ୍, ଦମଦାର ଡାଇଲଗ୍ ଏବଂ ଦମଦାର୍ ଆକ୍ସନ ଦେଖିବାକୁ ମିଳିବ ।

ଦମଦାର୍ ଟ୍ରେଲର ସହିତ ଏଥିରେ ସ୍ୱାଧୀନତା ପୂର୍ବର ତଥା ବ୍ରିଟିଶ୍ ଅମଳର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ୨ କ୍ରାନ୍ତିକାରୀ , ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଉପରେ ଆଧାରିତ ହୋଇଛି । ଏହି ୨ ଜଣ ବ୍ରିଟିଶ୍ ଶାସନ ଏବଂ ହାଇଦ୍ରାବାଦର ନିଜାମଙ୍କ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ । ତେବେ ଟ୍ରେଲର ପୂର୍ବରୁ ଫିଲ୍ମର ୨ଟି ଗୀତ ରିଲିଜ ହୋଇସାରିଛି । ଫିଲ୍ମ ୭ ଜାନୁୟାରୀ ୨୦୨୨ରେ ରିଲିଜ ହେବ ।

Show More

Related Articles

Back to top button