ଓଡ଼ିଶା

ଡିମ୍ପଲ ଓ ସୁମିତଙ୍କ ପାଇଁ କୋର୍ଟଙ୍କ ନୂଆ ଆଦେଶ

ଅତିଥି ଭବନ ପରେ ଏଥର ଭଡ଼ା ଘରେ ଏକାଠି ରହିବେ ଡିମ୍ପଲ ଓ ସୁମିତ୍ । ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡିମ୍ପଲ ଓ ସୁମିତ୍ ମାମଲାରେ ନୂଆ ଆଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୧୭ ତାରିଖ ଯାଏ ଆସିକାରେ ସ୍ୱାମୀ, ସ୍ତ୍ରୀ ଉଭୟ ଭଡ଼ା ଘରେ ଏକାଠି ରହିବେ । ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ ।

ଉଭୟଙ୍କୁ ପରିବାର ଲୋକେ ଭେଟି ପାରିବେ । ପୋଲିସ ଏବଂ ସୁରକ୍ଷା ଅଧିକାରୀ SDJM କୋର୍ଟଙ୍କ ନିକଟରେ ସାପ୍ତାହିକ ରିପୋର୍ଟ ଦେବେ ।

ସୂଚନାଯୋଗ୍ୟ, ନିଜ ଶାଶୂ ଘରକୁ ଯିବା ଦାବିରେ ଘର ଆଗରେ ୧୧ ଦିନ ଧରି ଧାରଣାରେ ବସିଥଲେ ଡିମ୍ପଲ । ଶେଷରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆସିକା ପୋଲିସ ହେପାଜତରେ ଚିନିକଳ ଅତିଥି ଭବନରେ ସାତ ଦିନ କାଟିଥିଲେ ପତି, ପତ୍ନୀ । ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆସିକା ଥାନା ଅଧିକାରୀ । ଏହା ପରେ ଆଉ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Show More

Related Articles

Back to top button