ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ମୋ ବସରୁ ଲୁଟ୍, ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ଲୁଟିନେଲେ ମୋବାଇଲ୍

ଭୁବନେଶ୍ୱର: ଏବେ ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍ । ଏଥରକ ଜଣେ ଲେଡୀ ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି। ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ। ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ ଲେଡୀ ଲୁଟେରା ତାଙ୍କ ବ୍ୟାଗରୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍‌ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲକୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ସେ ବସ୍‌ର ଗାଇଡ୍‌ଙ୍କୁ ଏ ବିଷୟରେ କହିବା ପରେ ରସୁଲଗଡ଼ ଛକରେ ବସ୍‌ଟି ଅଟକିଥିଲା। ଗାଇଡ୍ ପୁଲିସ୍‌କୁ ସୂଚନା ଦେବା ସହିତ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲେ। ତେବେ ପିସିଆର୍‌ ଭ୍ୟାନ୍ ଯାତ୍ରୀଙ୍କୁ ଯାଞ୍ଚ କରିବା ବଦଳରେ ବସ୍‌ଟିକୁ ଗସ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦେଇଥିଲା। ଏହା ପୂର୍ବରୁ କିଛି କଲେଜ ଛାତ୍ର ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ।

Show More

Related Articles

Back to top button