ଓଡ଼ିଶା

ସ୍କୁଲ ଭିଡକୁ ଏଡାଇବା ପାଇଁ ଟ୍ରାଫିକ ପୋଲିସର ଦାୟିତ୍ୱ ତୁଲାଇବେ ସିକ୍ୟୁରିଟି ଗାର୍ଡ

ରାଜଧାନୀ ଭୁବନେଶ୍ୱରରେ ଅନେକ ସ୍କୁଲ ଛୁଟି ହେବାପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ଏଥିପାଇଁ ଅନେକ ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବେଳେବେଳେ ଅଭିଭାବକମାନଙ୍କ ବେଆଇନ ପାର୍କିଂ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ ।

ଏଣିକି ଏହି ସମସ୍ୟାର ସମାଧାନ ପାଇଁ କମିସିନରେଟ ପୋଲିସ ନୂଆ ପଦକ୍ଷେପ ଗ୍ରହଣ କରିଛି । ସ୍କୁଲରେ ନିଯୁକ୍ତି ପାଇଥିବା ସିକ୍ୟୁରିଟି ଗାର୍ଡମାନେ ଟ୍ରାଫିକ ପୋଲିସର ଦାୟିତ୍ୱ ତୁଲାଇ ପାରିବେ । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ରାଜଧାନୀର ୧୪ଟି ସ୍କୁଲର ୫୬ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତାଲିମ ଦିଆଯାଇଛି ।

ଓଡ଼ିଶା ଅର୍ବାନ ପୋଲିସ ଆକ୍ଟର ସେକ୍ସନ-୧୩ ଅନୁଯାୟୀ ସେମାନଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସପିଓ) ମାନ୍ୟତା ମିଳିଛି ।ଏହି ଏସପିଓମାନେ ପାର୍କିଂ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ, ପିଲାଙ୍କ ସୁରକ୍ଷା, ଯାନବାହାନ ନିୟନ୍ତ୍ରଣ କରିବେ । ଏନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିସହିତ ଟ୍ରାଫିକ ପୋଲିସ ପକ୍ଷରୁ ସଂପୃକ୍ତ ଏସପିଓମାନଙ୍କୁ ସ୍ୱତନ୍ତ୍ର ଜ୍ୟାକେଟ୍ ମଧ୍ୟ ପ୍ରଦାନ କରାଯାଇଛି ।  ଏବଂଗାର୍ଡମାନେ ଏଣିକି ଏହି ଜ୍ୟାକେଟ ପିନ୍ଧି ସ୍କୁଲରେ କାର୍ଯ୍ୟ କରିବେ ଓ ଟ୍ରାଫିକ କାର୍ଯ୍ୟ ପରିଚାଳନା କରିବେ । ଦରକାର ପଡ଼ିଲେ ଗାର୍ଡମାନେ ଉପରିସ୍ଥ ଟ୍ରାଫିକ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ନେଇପାରିବେ ।

Show More

Related Articles

Back to top button