Breaking PLUSଦେଶମୁଖ୍ୟ ଖବର

ବିହାରର ଲଖିସରାୟରେ ସଡକ ଦୁର୍ଘଟଣା, 9ମୃତ

ପାଟଣା, 21 ଫେବୃଆରୀ – ବିହାରର ଲଖିସରାୟ ଜିଲ୍ଲାର ରାମଗଢ ଚୌକ ଥାନା ଚୌକ ଅଂଚଳର ଝୁଲୌନା ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ସିଏନଜି ଟେମ୍ପୋ ମଧ୍ୟରେ ଧକ୍କା ଯୋଗୁ 9ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆହତ 5ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏହି ଟେମ୍ପୋରେ ପ୍ରାୟ 14ଜଣ ଲୋକ ଥିଲେ । ଏମାନଙ୍କ ମଧ୍ୟରେ ଘଟଣାସ୍ଥଳରେ 8ଜଣଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆଖି ବୁଜିଛି । ଆହତଙ୍କ ଅବସ୍ଥା ଦେଖି ସେମାନଙ୍କୁ ସଦର ହସ୍ପିଟାଲରୁ ପିଏମସିଏଚ ପାଟଣା ରେଫର କରାଯାଇଛି । ଅଟୋ ଡ୍ରାଇଭରର ମଧ୍ୟ ମୃତ୍ୟୁ ହୋଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ କିଛି ଲୋକ ଅଟୋ ରିଜର୍ଭ କରି ହଲସୀରୁ ଲଖିସରାୟ ଯାଉଥିଲେ । ତେବେ ଝୁଲୌନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

Show More

Related Articles

Back to top button