Breaking PLUSଓଡ଼ିଶା

ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୨ ମୃତ, ଜଣେ ଗୁରୁତର

ସମ୍ବଲପୁର ବୁର୍ଲା ଥାନା ଗୋଡଭଗା ଜାତୀଟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବାଇକ୍‌ ଯୋଗେ ୩ ଜଣ ବାଇକ୍‌ରେ ଭୀମ୍‌ସାରୁ ବୁର୍ଲାକୁ ଯାଉଥିଲେ । ଠିକ୍‌ ଏହି ସମୟରେ ଏକ ଅଜଣା ଟ୍ରକ ଆସି ଧକ୍କା ଦେଇଥିଲା । ଯାହାଫଳରେ ଗାଡିରୁ ଛିଟିକି ତଳେ ପଡିଯାଇଥିଲେ ।

ହେଲେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଯଥା କ୍ରମେ ଅନିତା ଗରିଆ ଓ ମିଥିଲା ଗରିଆ ବୋଲି ଜଣାପଡିଛି । ତେବେ ବାଇକ ଆରୋହୀ ସୁରେନ୍ଦ୍ର ଗରିଆଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି ।

Show More

Related Articles

Back to top button