ଦେଶ ବିଦେଶମନୋରଞ୍ଜନ

ମୁହଁ ଖୋଲିଲେ ରିୟା; ନ୍ୟାୟର ବିଜୟ ହେବ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରଥମ ଥର ପାଇଁ ସମସ୍ତଙ୍କ ସମ୍ମୁଖରେ ମୁହଁ ଖୋଲିଛନ୍ତି ରିୟା। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରିୟା ଏହି ବୟାନ ଦେଇଛନ୍ତି।

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ ସିଂହ ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ରିୟାଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ ପ୍ରଥମ ଥର ପାଇଁ ସମସ୍ତଙ୍କ ସମ୍ମୁଖରେ ମୁହଁ ଖୋଲିଛନ୍ତି ରିୟା। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରିୟା ଏହି ବୟାନ ଦେଇଛନ୍ତି।
ରିୟା ଏହି ଭିଡିଓରେ କହିଛନ୍ତି, ମୁଁ ନ୍ୟାୟାଳୟ ଉପରେ ବିଶ୍ୱାସ ରଖିଛି। ଏକ ମାମଲାର ବିଚାରଧୀନ ଥିବା ସମୟରେ ଗଣମାଧ୍ୟମରେ ଏକ ରାୟ ପ୍ରଦାନ କରାଯାଉଛି । କିନ୍ତୁ ମୋ ଓକିଲ କୌଣସି ଘଟଣା ଉପରେ ମନ୍ତବ୍ୟ ଦେବାକୁ ମନା କରିଛନ୍ତି। ଶେଷରେ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ରିୟା।
ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ରିୟା ଏବଂ ତାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ମୋ ପୁଅର ମାନସିକ ଅବସ୍ଥା ଠିକ ନଥିବା ସମୟରେ ରିୟା ତାଙ୍କ ଠାରୁ ଚିକିତ୍ସା କରିବା ବଦଳରେ ସମସ୍ତ କାଗଜପତ୍ର ନେଇଯାଇଥିଲେ। ଯାହା ପାଇଁ ମୋ ପୁଅ ଆତ୍ମହତ୍ୟା କରିଛି। ଏଥିପାଇଁ ରିୟା ଓ ତାଙ୍କ ପରିବାର ଦାୟୀ।
ଏହା ସହ ତାଙ୍କ ପିତା ଅଭିଯୋଗ କରିଛନ୍ତି, ମୋ ପୁଅର ଏକ ବ୍ୟାଙ୍କ ଆକାଉଣ୍ଟରୁ ତା ଅଜାଣତରେ ୧୭ କୋଟି ଟଙ୍କାର କାରବାର ହୋଇଛି। ଏହି ସମସ୍ତ ଟଙ୍କା ଏଭଳି ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଛି, ଯେଉଁଠି ମୋ ପୁଅର କୌଣସି ସମ୍ପର୍କ ନାହିଁ। ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ ।

Show More

Related Articles

Back to top button