ଦେଶ ବିଦେଶରାଜନୀତି

ବର୍ତ୍ତମାନ ରାମ ମନ୍ଦିର ଭୂମି ପୂଜନ କରିବାର ସମୟ ନୁହେଁ: ରାଜ ଠାକରେ

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୁମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିବାର କୌଣସି ଆବଶ୍ୟକତା ନାହିଁ। ପରିସ୍ଥିତି ସ୍ୱାଭାବିକ ହେବା ପରେ ଏହାର ଭୂମିପୂଜନ ଅନୁଷ୍ଠିତ କରାଯିବାର ଆବଶ୍ୟକତା ଥିଲା।

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ରାମ ମନ୍ଦିର ଭୂମିପୂଜନ କୁ ନେଇ ବଡ଼ ବୟାନ। ମହାମାରୀ କୋଭିଡ -19 ସଙ୍କଟକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୁମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରିବାର କୌଣସି ଆବଶ୍ୟକତା ନାହିଁ। ପରିସ୍ଥିତି ସ୍ୱାଭାବିକ ହେବା ପରେ ଏହାର ଭୂମିପୂଜନ ଅନୁଷ୍ଠିତ କରାଯିବାର ଆବଶ୍ୟକତା ଥିଲା।
ଅଗଷ୍ଟ ୫ ରେ ରାମ ମନ୍ଦିର ପାଇଁ ଭୁମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।  ଏହାସହ ଇ-ଭୁମି ପୂଜନ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରାମର୍ଶ ଦେଇଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। MNS ମୁଖ୍ୟ ରାଜ ଠାକରେ ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ସମୟରେ କହିଛନ୍ତି, ‘ଭୁମି-ପୂଜନ ଏହି ସମୟରେ ଆବଶ୍ୟକ ନଥିଲା କାରଣ ଲୋକଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଆସିଲେ ଦୁଇ ମାସ ପରେ ମଧ୍ୟ ଏହା କରାଯାଇପାରିଥାନ୍ତା। ପରେ ଏହା କରାଯାଇଥିଲେ ଲୋକମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତେ।

Show More

Related Articles

Back to top button