ଓଡ଼ିଶା

ପୁଣି ଭାଙ୍ଗିଲା ରେକର୍ଡ; ୧୬୦୨ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା। ବିଗତ ଦୁଇ ଦିନ ସ୍ଥିତି ସାମାନ୍ୟ ରହିଥିଲେ ମଧ୍ୟ ଆଜିର ରେକର୍ଡ ପୁଣି ଅଣାୟତ ଆଡ଼କୁ ଟାଣି ନେଉଛି। ରାଜ୍ୟରେ ଆଜି ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି। ୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୯ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୯୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡ଼ିଛି। ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

https://twitter.com/IPR_Odisha/status/1289422118438895616

ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ ୩୦୮ଜଣ, ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୩, ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୮, ବୌଦ୍ଧରୁ ୯, କଟକରୁ ୫୪, ଢେଙ୍କାନାଳରୁ ୪୯, ଗଜପତିରୁ ୧୦୮, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୩୧, ଖୋର୍ଦ୍ଧାରୁ ୨୮୫, କୋରାପୁଟରୁ ୪୬, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୫, ପୁରୀରୁ ୫୦, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୩୯, ସୁବର୍ଣ୍ଣପୁରରୁ ୬ ଓ ସୁନ୍ଦରଗଡ଼ରୁ ୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ୍ ୨୦,୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ପ୍ରଦାନ କରିଛି।

Show More

Related Articles

Back to top button