Breaking PLUSଦେଶସ୍ୱତନ୍ତ୍ର

୫୪ଟି ଚାଇନିଜ ଆପ ଉପରେ ପୁଣିଥରେ ପ୍ରତିବନ୍ଧକ

ଭାରତରେ ୫୪ଟି ଚାଇନିଜ ଆପ ଉପରେ ପୁଣିଥରେ ପ୍ରତିବନ୍ଧକ ଲଗାଯାଇିଛି

ନୂଆଦିଲ୍ଲୀ: ଭାରତରେ ୫୪ଟି ଚାଇନିଜ ଆପ ଉପରେ ପୁଣିଥରେ ପ୍ରତିବନ୍ଧକ ଲଗାଯାଇିଛି। ଭାରତୀୟଙ୍କ ଗୋପନୀୟତା ତଥା ସୁରକ୍ଷା ପ୍ରତି ବିପଦ ବୋଲି କହି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ ଅନେକ ଆପ୍ କୁ ବ୍ୟାନ କରାଯାଇଥିଲା । ୨୦୨୦ ମସିହାରୁ ମୋଟ ୨୭୦ଟି ଆପ ଉପରେ ନିଷେଧାଦେଶ ଲାଗିଛି। ବର୍ତ୍ତମାନ ବ୍ୟାନ ହେଇଥିବା ଆପ୍ ଗୁଡିକ ମଧ୍ୟରେ ସୁଇଟ ସେଲ୍ଫି ଏଚଡି,ବିୟୁଟି କ୍ୟମେରା ଆପ୍,ଡୁଆଲ ସ୍ପେସ୍ ଲାଇଟ୍,ଆପଲକ୍,କ୍ୟାମ କାର୍ଡ,ଭାଇଭା ଭିଡିଓ ଏଡିଟର,ଇକୁୟଲାଇଜର୍ ଏବଂ ବାସ୍ ବୁଷ୍ଟର ଇତ୍ୟାଦି ରହିଛି । ଏହି ଆପଗୁଡ଼ିକ ମଧ୍ୟରୁ ଅନେକ ଟେନସେଣ୍ଟ, ଆଲିବାବା ଏବଂ ଗେମିଂ ଫାର୍ମ ପରି ବୃହତ ଚାଇନିଜ ଟେକ୍ନୋଲୋଜି ସଂସ୍ଥାଗୁଡ଼ିକର ବୋଲି ଜଣାପଡିଛି।

Show More

Related Articles

Back to top button