Breaking PLUSଓଡ଼ିଶାଦେଶ ବିଦେଶବଲିଉଡବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଭ୍ୟାଲେଣ୍ଟାଇନ୍ ଡେ’ ରେ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସ୍ପେଶାଲ ପ୍ଲାନ୍

ବଲିଉଡ୍‌ ଚର୍ଚ୍ଚିତ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ।

ନୂଆଦିଲ୍ଲୀ : ବଲିଉଡ୍‌ ଚର୍ଚ୍ଚିତ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ । ବଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଦୁହେଁ ଅନ୍ୟତମ ।  ବିବାହ ପରଠାରୁ ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଦୁହେଁ ଦୁହିଁଙ୍କୁ ଠିକ୍ ଭାବରେ ସମୟ ଦେଇପାରି ନାହାଁନ୍ତି । ତେଣୁ ଆଜି ଯେହେତୁ ଭ୍ୟାଲେଣ୍ଟାଇନ୍ ଡେ’ ଅର୍ଥାତ୍ ଆଜି ହେଉଛି ପ୍ରେମର ଦିନଟି ଏହି ପ୍ରେମର ଦିନଟିକୁ ଖୁବ୍ ଆନନ୍ଦର ସହିତ ପାଳନ କରିବାକୁ ଚାହୁଁଛନ୍ତି ସେ ଦୁହେଁ । ଏହି ଦିନଟି ଏ ଦୁହିଁଙ୍କ ପାଇଁ ଖୁବ୍ ସ୍ପେଶାଲ୍ ର ଦିନ ।ଏଭଳି ଦିନରେ ଭିକି ଏବଂ କ୍ୟାଟ୍ରିନା ଭାଲେଣ୍ଟାଇନ୍ସ ଡେ’ରେ ଅଲଗା ରହିବାକୁ ଚାହୁଁନଥିଲେ। ଏଥିପାଇଁ ଦୁହିଁଙ୍କୁ ଭାଲେଣ୍ଟାଇନ୍‌ ଡେ ପୂର୍ବ ଦିନରୁ କ୍ୟାଟ୍ରିନା ଏବଂ ଭିକିଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଛି। ଏହି ସମୟରେ ଉଭୟେ ପରସ୍ପରର ହାତ ଧରି ଆସୁଥିବାର ନଜର ଆସିଛନ୍ତି। ଏହି ସମୟରେ ଦୁହେଁ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି।

Show More

Related Articles

Back to top button