ସ୍ୱାସ୍ଥ୍ୟ

ଗବେଷଣାରୁ ଜଣା ପଡିଛି ଯେ : କଦଳୀ ଚା ନିଦ୍ରା ହୀନତାକୁ ଦୂର କରିଥାଏ

ଆଜିକାଲି ମାନସିକ ଦୁଶ୍ଚିନ୍ତା ଓ ଅନିଦ୍ରା ଦୋଷ ପ୍ରାୟ ଏକ ସାଧାରଣ ସମସ୍ୟା ଅଟେ l ବିଭିନ୍ନ ସମୟରେ ଆମେ ଅଧିକ ଚିନ୍ତା ଗ୍ରସ୍ତ ହୋଇ ନିଦ୍ରା ହୀନତାର ମଧ୍ୟ ଶିକାର ହୋଇଥାଉ

ବର୍ତ୍ତମାନ ବିଶ୍ୱରେ ଯେଉଁ କରୋନା ସଙ୍କଟ ଦେଖା ଦେଇଛି ଏହି ସମୟରେ ପ୍ରାୟ ସମସ୍ତେ ନିଜର ବିଭିନ୍ନ ଅସୁବିଧା କାରଣରୁ ଚିନ୍ତା ଗ୍ରସ୍ତ ରହୁଛନ୍ତି l ଏଭଳି ସ୍ଥିତିରେ ମାନସିକ ଦୁଶ୍ଚିନ୍ତା ଏକ ସାଧାରଣ ସମସ୍ୟା ଭାବରେ ଦେଖା ଦେଉଛି l

ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଶାରୀରିକ ଓ ମାନସିକ ସ୍ଥିତିରେ ସୁସ୍ଥ ରହିବା ପାଇଁ ଦିନକୁ ଅତି କମ୍ ରେ ୬ ଘଣ୍ଟା ଶୋଇବା ଆବଶ୍ୟକ l ତେଣୁ ଏହି ସମୟରେ ଠିକ୍ ରେ ଶୋଇବା ପାଇଁ ଶୋଇବା ପୂର୍ବରୁ କିଛିଟା ଜିନିଷ ନିଜ ଖାଦ୍ୟରେ ଖାଇବା ଆବଶ୍ୟକ l ଯାହାଦ୍ୱାରା ଆମେ ଭଲ ଭାବରେ ଶୋଇ ପରିବା l ଯଦି ଆପଣ ଅନିଦ୍ରା ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କଦଳୀ ରେ ପ୍ରସ୍ତୁତ ଚା ପିଅନ୍ତୁ l

କିପରି ପ୍ରସ୍ତୁତ କରିବେ – ଗୋଟିଏ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ ,ଏହାପରେ ଗୋଟିଏ କଞ୍ଚା କଦଳୀ ନେଇ ତାହାକୁ ଫୁଟାନ୍ତୁ l ଅତି କମ୍ ରେ ୧୫ ମିନିଟ ଫୁଟିବା ଆବଶ୍ୟକ l ଏହାପରେ ସେଥିରୁ କଦଳୀ ଟିକୁ ବାହାର କରି ସେଥିରେ ଗ୍ରୀନ ଟି ମିଶାନ୍ତୁ l ତା ପରେ ଛାଣି ଏହାକୁ ଉଷୁମ ଉଷୁମ ପିଅନ୍ତୁ l ପ୍ରତେକ ଦିନ ରାତିରୁ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ନିଦ୍ରା ହୀନତାର ଶିକାର ହେବେ ନାହିଁ l

ଚାରେ କାଫିନ ରହିଥାଏ ,ଯେଉଁ କାରଣରୁ ଆମେ ନିଦ୍ରା ହୀନତାର ଶିକାର ହୋଇଥାଉ l କଦଳୀ ରେ ଟ୍ରିପ୍ଟୋଫନ ରହିଛି l ଯାହା ଭଲ ନିଦ ପାଇଁ ଅମିନୋ ଏସିଡ କୁ ବଢ଼ାଇ ଥାଏ ଓ ମେଲାଟେନିନ ଓ ସେରୋଟେନିନ କୁ ସାହାଯ୍ୟ କରିଥାଏ l ଯାହା ଆମର ନିଦ କରିବାରେ ସାହାଯ୍ୟ କରିଥାଏ l ଏଥିରେ ଅଧିକ ପୋଷାକ ତତ୍ୱ ମଧ୍ୟ ରହିଛି l

 

Show More

Related Articles

Back to top button