ସ୍ୱାସ୍ଥ୍ୟ

ଆପଣ ଜାଣିଛନ୍ତି କି ଡାଲିପାଣିର ପୋଷାକ ତତ୍ୱ ବିଷୟରେ

ମିଳିବ ଶରୀରକୁ ଅଦ୍ଭୁତ ଲାଭ

ଆମେ ସମସ୍ତେ ଜାଣିଛେ ଯେ ଡାଲି ଆମର ସ୍ୱାସ୍ଥ୍ୟ ପାଇଁ ଅତି ହିତକର l ଭାରତୀୟ ଖାଦ୍ୟରେ ଡାଲିର ଖୁବ ଚାହିଦା ରହିଛି l ମଧ୍ୟାହ୍ନ ଭୋଜନରୁ ନେଇ ରାତ୍ରୀ ଭୋଜନ ପର୍ଯ୍ୟନ୍ତ ସବୁଠି ଡାଲିର ବ୍ୟବହାର ହୋଇଥାଏ l ଡାଲି ଗୋଟିଏ ପୌଷ୍ଟିକ ଖାଦ୍ୟ ଅଟେ ,କିନ୍ତୁ ଏହି ଡାଲି ବଦଳରେ ଡାଲି ପାଣି ଶରୀର ପାଇଁ ଅତି ଲାଭଦାୟକ l କିଏ ଯଦି ଅସୁସ୍ଥ ହୋଇଯାଏ ତେବେ ଆମେ ତାକୁ ସୁପ କିମ୍ବା ଜୁସ ପିଇବାକୁ ଦେଇଥାଉ ,ଯାହା ପାଟିକୁ ସୁସ୍ୱାଦୁ ଲାଗିଥାଏ l କିନ୍ତୁ ତା ବଦଳରେ ଡାଲି ପାଣି ଅନେକ ମାତ୍ରାରେ ଲାଭ ଦିଏ l

* ଦେହ ଅସୁସ୍ଥ ସମୟରେ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l ଏହି ସମୟରେ ଡାଲି ପାଣି ପିଇବା ଦ୍ୱାରା ଶରୀରକୁ ପୋଷଣ ମିଳିବା ସହିତ ହଜମ ମଧ୍ୟ ହୋଇଯାଏ l ଡାଲିପାଣି ପାଚନ ତନ୍ତ୍ରକୁ ମଜବୁତ କରିଥାଏ l ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଛି l

* ଡାଲିପାଣିରେ କ୍ୟାଲୋରୀର ମାତ୍ରା ଖୁବ କମ ରହିଛି l ଏଥିରେ ପ୍ରୋଟିନ ର ମାତ୍ରା ଅଧିକ ରହିଛି l ତେଣୁ ଡାଲିପାଣିରେ ଓଜନ ନିୟନ୍ତ୍ରଣ କରିବାର ଗୁଣ ରହିଛି l ତେଣୁ ସନ୍ଧ୍ୟା ସମୟରେ ଆପଣ ଗଜା ମୁଗ ସହିତ ଡାଲିପାଣି ପିଇପାରିବେ l

* ଡାଲିପାଣି ରେ ଫାଇବର ରହିଥିବା କାରଣରୁ ଖରାପ କୋଲେଷ୍ଟ୍ରଲ ଜମା ହୋଇ ନଥାଏ l ଯାହାଦ୍ୱାରା ହୃଦୟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯାଏ ନାହିଁ l ଯଦି ଆପଣ କୋଲେଷ୍ଟ୍ରଲ ଦ୍ୱାରା ଆକ୍ରାନ୍ତ ରହୁଛନ୍ତି ତେବେ ଦିନକୁ ଦୁଇ କପ ଡାଲିପାଣି ପିଅନ୍ତୁ l

* ଆମେ ଗ୍ରୀଷ୍ମ ଋତୁରେ ଝାଳ ବାହାରିବା ଦ୍ୱାରା ଶକ୍ତି ହରାଇଲା ଭଳି ଲାଗିଥାଏ ,ଏହି ସମୟରେ ଆମେ ଗୁଲକୋଜ ପାଣି କିମ୍ବା ଅନ୍ୟ କୌଣସି ଶକ୍ତି ବର୍ଧକ ପାନୀୟ ପିଇଥାଉ l ଆପଣ ଯଦି ଏହି ସମୟରେ ଡାଲିପାଣି ୧ କପ ପିଇବେ ଏହା ଆପଣଙ୍କୁ ଭିତରୁ ଶକ୍ତି ଯୋଗାଇବ ଓ ଫୁର୍ତି ଜାଗ୍ରତ କରିବ l

Show More

Related Articles

Back to top button