Breaking PLUSଓଡ଼ିଶାମୁଖ୍ୟ ଖବର

ମେ’ ୬ରୁ ଓଜେଇଇ, ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେ’ ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ରେ ଶେଷ ହେବ। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ରାଜ୍ୟର ସରକାରୀ ଏବଂ ଘରୋଇ ବୈଷୟିକ ମହାବିଦ୍ୟାଳୟ ଗୁଡିକରେ ଉପଲବ୍ଧ ବି.ଫାର୍ମା, ଏମସିଏ, ଏମ.ଏସସି (କମ୍ପ୍ୟୁଟର ବିଜ୍ଞାନ), ଏମବିଏ, ଇଣ୍ଟ୍ରିଗ୍ରେଟେଡ ଏମବିଏ, ବି.କ୍ୟାଟ, ଏମ.ଟେକ, ଏମ.ଟେକ(ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ ଏବଂ ବି.ଫାର୍ମା ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ସମୟ ସୀମା ଜାନୁଆରୀ ୨୫ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ରହିଛି। ବିଦ୍ୟାର୍ଥୀ ଓଜେଇଇ ୱେବସାଇଟ୍‌(www.ojee.nic.in)କୁ ଲଗଇନ କରି ପଞ୍ଜୀକରଣ କରିପାରିବେ। ଆବେଦନ ସମୟରେ ଫର୍ମରେ କୌଣସି ତ୍ରୁଟି ରହିଥିଲେ ଏହାକୁ ସଂଶୋଧନ କରିବା ପାଇଁ ଆବେଦନକାରୀଙ୍କୁ ଦୁଇଦିନ ସମୟ ଦିଆଯାଇଛି। ମାର୍ଚ୍ଚ ୧୬ ଏବଂ ୧୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କ ତ୍ରୁଟି ସଂଶୋଧନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୩୦ରୁ ଆବେଦନକାରୀ ଅନ୍‌ଲାଇନରେ ନିଜ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିବାକୁ ଥିବାବେଳେ ପରୀକ୍ଷା କମ୍ପ୍ୟୁଟର ବେସ ଟେଷ୍ଟ(ସିବିଟି)ରେ କରାଯିବ।

Show More

Related Articles

Back to top button