Breaking PLUSଦେଶମୁଖ୍ୟ ଖବର

୩୩୭ ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ – ୬ ଜଣଙ୍କୁ କୀର୍ତ୍ତି, ୮ ଜଣଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ସେନା କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ସାହସିକ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି। ବିଭିନ୍ନ ବର୍ଗରେ ମୋଟ ୩୩୭ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଏହା ମଧ୍ୟରେ ୬ଜଣଙ୍କୁ କୀର୍ତ୍ତି ଚକ୍ର ଓ ୮ଜଣଙ୍କୁ ଶୌର୍ଯ୍ୟ ଚକ୍ର ଭଳି ସାହସିକ ପଦକ ମିଳିଛି। କୀର୍ତ୍ତି ଚକ୍ର ପାଇଥିବା ସେନା ଅଧିକାରୀମାନେ ହେଲେ ମେଜର ଦିଗବିଜୟ ସିଂହ ରାୱତ, ମେଜର ଦୀପେନ୍ଦ୍ର ବିକ୍ରମ ବାସନେଟ୍‌, କ୍ୟାପଟେନ ଅଂଶୁମାନ ସିଂହ (ମରଣୋତ୍ତର), ହାବିଲଦାର ପୱନ କୁମାର ଯାଦବ, ହାବିଲଦାର ଅବଦୁଲ୍ ମାଜିଦ (ମରଣୋତ୍ତର), ସିପାହୀ ପୱନ କୁମାର (ମରଣୋତ୍ତର)। ସୌର୍ଯ୍ୟ ଚକ୍ର ପାଇଥିବା ସେନା ଅଧିକାରୀମାନେ ହେଲେ ମେଜର ମାନିଓ ଫ୍ରାନସିସ୍‌, ମେଜର ଅମନଦୀପ ଜାଖେର, କ୍ୟାପଟେନ ଏମଭି ପ୍ରାଞ୍ଜଲ (ମରଣୋତ୍ତର), କ୍ୟାପଟେନ ଅକ୍ଷତ ଉପାଧ୍ୟାୟ, ନାଏବ ସୁବେଦାର ସଞ୍ଜୟ କୁମାର ଭାମର, ହାବିଲଦାର ସଞ୍ଜୟ କୁମାର, ରାଇଫଲମ୍ୟାନ ଆଲୋକ ରାଓ (ମରଣୋତ୍ତର) ଓ ଶ୍ରୀ ପୁରୁଷତ୍ତୋମ କୁମାର।

Show More

Related Articles

Back to top button