Breaking PLUSଓଡ଼ିଶାମୁଖ୍ୟ ଖବର

ରେକର୍ଡ ଭାଙ୍ଗିଲା ସୁସ୍ଥହାର; ୧୪୦୯ ଜଣ କରୋନା ରୋଗୀ ସୁସ୍ଥ

ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା ୨୪ ହଜାର ୪୮୨ରେ ପହଞ୍ଚିଛି।

ଭୁବନେଶ୍ୱର: ମହାମାରୀ କୋରୋନାକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଛି ସୁସ୍ଥହାର। ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା ୨୪ ହଜାର ୪୮୨ରେ ପହଞ୍ଚିଛି। ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୨ ଜଣ, ପୁରୀ ଜିଲ୍ଲାରୁ ୧୨୧ ଜଣ, ଗଜପତି ଜିଲ୍ଲାରୁ ୧୨୦ ଜଣ, କୋରାପୁଟ ଜିଲ୍ଲାରୁ ୮୪ ଜଣ, କଟକ ଜିଲ୍ଲାରୁ ୬୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Show More

Related Articles

Back to top button